ସ୍ତ୍ରୀର ମୁଣ୍ଡକୁ ଠେଙ୍ଗାରେ ପିଟି ହତ୍ୟା କଲା ସ୍ୱାମୀ

ସ୍ତ୍ରୀର ମୁଣ୍ଡକୁ ଠେଙ୍ଗାରେ ପିଟି ହତ୍ୟା କଲା ସ୍ୱାମୀ

ବଲାଙ୍ଗିର: ମହିଳାଙ୍କୁ ଠେଙ୍ଗାରେ ପିଟି ହତ୍ୟା କଲା ବୃଦ୍ଧ ସ୍ୱାମୀ। ଏପରି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଘୁମେର ଗାଁରୁ। ମୃତ ମହିଳା ଜଣଙ୍କ ହେଲେ ରାଏମତି (୬୦)। ସ୍ତ୍ରୀକୁ ହତ୍ୟା କରିବା ପରେ ଅଭିଯୁକ୍ତ ସ୍ୱାମୀ ହାଡୁ ସାହୁ ଫେରାର ହୋଇଯାଇଛି।

ସୂଚନା ଅନୁସାରେ, ଗତକାଲି ହାଡୁ ତାଙ୍କ ସ୍ତ୍ରୀ ରାଏମତି  ମହୁଲ ଗୋଟାଇବା ପାଇଁ ଜଙ୍ଗଲକୁ ଯାଇଥିଲେ। କୌଣସି କଥାକୁ ନେଇ ଉଭୟଙ୍କ ଭିତରେ ବଚସା ହୋଇଥିଲା। ହାଡୁ ଉତ୍‌କ୍ଷିପ୍ତ ହୋଇ ସ୍ତ୍ରୀର ମୁଣ୍ଡକୁ ଠେଙ୍ଗାରେ ପିଟି ଦେଇଥିଲେ। ରାଏମତି ତଳେ ପଡ଼ିଯାଇଥିଲେ। ପରେ ହାଡୁ ସ୍ତ୍ରୀର ମୁହଁରେ ପାଣି ଛିଞ୍ଚି ଉଠାଇବାକୁ ଚେଷ୍ଟା କରିଥିଲେ। ହେଲେ ସ୍ତ୍ରୀ ଉଠିନଥିଲା। ଏହାପରେ ସ୍ତ୍ରୀ ମରିଯାଇଥିବା ଜାଣିବା ପରେ ଭୟଭୀତ ହୋଇ ହାଡୁ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।