କରୋନାକୁ ନେଇ ଏମିତି ଭବିଷ୍ୟବାଣୀ କଲେ ଚୀନ୍‌ ବୈଜ୍ଞାନିକ

କରୋନାକୁ ନେଇ ଏମିତି ଭବିଷ୍ୟବାଣୀ କଲେ ଚୀନ୍‌ ବୈଜ୍ଞାନିକ

ନୂଆଦିଲ୍ଲୀ: କରୋନାକୁ ନେଇ ଭବିଷ୍ୟବାଣୀ କରିଛନ୍ତି ଜଣେ ଚୀନ୍‌ ବୈଜ୍ଞାନିକ। ଭବିଷ୍ୟତରେ କୋରୋନା ପରି ଆଉ ଭାଇରସ ଆସିପାରେ ବୋଲି ବୈଜ୍ଞାନିକ ସି ଜିଙ୍ଗଲି ଚେତାବନୀ ଦେଇଛନ୍ତି ସେ ପଶୁଠାରୁ ମଣିଷକୁ ବ୍ୟାପୁଥିବା ଭାଇରସ ଉପରେ ରିସର୍ଚ୍ଚ କରୁଥିବାକୁ ତାଙ୍କୁ ବ୍ୟାଟଓ୍ବିମେନ କୁହାଯାଏ ସେ ତାଙ୍କ ସହକର୍ମୀଙ୍କ ସହ ଅନୁସନ୍ଧାନ କରି ଏକ ରିପୋର୍ଟରେ କହିଛନ୍ତି ଯେ, ଯଦି କୋରୋନା ଭାଇରସ୍ ପୂର୍ବରୁ ଏହି ରୋଗ ବ୍ୟାପିଛି, ତେବେ ଭବିଷ୍ୟତରେ ଏହା ପୁଣି ମହାମାରୀ ଆଣିପାରେ ତେଣୁ ଆମକୁ ସତର୍କ ରହିବା ଆବଶ୍ୟକ ବୋଲି ଚୀନ ବୈଜ୍ଞାନିକ ସି ଜିଙ୍ଗଲି କହିଛନ୍ତି
କୋରୋନା ଭାଇରସ୍ ପୁଣିଥରେ ଏହାର ନୂତନ ରୂପରେ ଆସିପାରେ ବୋଲି କୁହାଯାଇଛି ୨୦୦୩ ମସିହାରେ  SARS ଏବଂ ୨୦୧୯ରେ COVID-19  ମହାମାରୀ ସୃଷ୍ଟି କରିଥିବା କରୋନାଭାଇରସ୍ ଏବେ ମଧ୍ୟ ବିପଜ୍ଜନକ ରହିଛି ଚୀନର ଅନୁସନ୍ଧାନକାରୀମାନେ ୪୦ଟି କରୋନାଭାଇରସ୍ ପ୍ରଜାତି ଅଧ୍ୟୟନ କରିବା ପରେ ଚେତାବନୀ ଦେଇଛନ୍ତି ଯେ, ଭବିଷ୍ୟତରେ ଏକ ନୂତନ କରୋନାଭାଇରସ୍ ପୁନର୍ବାର ମାନବଜାତି ପାଇଁ କାଳ ସାଜିପାରେ ଏଭଳି ପରିସ୍ଥିତିରେ ସତର୍କ ରହିବା ଅତ୍ୟନ୍ତ ଜରୁରୀ ଅଟେ ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ୪୦ଟି କୋରୋନା ଭାଇରସ୍ ମଧ୍ୟରୁ ୬ଟି ଏପରି ଅଛି ଯାହା ପୂର୍ବରୁ ଜଣା ପଡ଼ିଛି ଯେ ସେମାନେ ମଣିଷରେ ରୋଗ ବିସ୍ତାର କରିପାରନ୍ତି ଅବଶିଷ୍ଟ ୩ଟି କୋରୋନାଭାଇରସ୍ ବିଷୟରେ କୁହାଯାଇଛି ଯେ, ସେମାନେ କୁକୁର, ବିଲେଇ ଇତ୍ୟାଦି ପ୍ରାଣୀମାନଙ୍କଠାରେ ରୋଗ ବିସ୍ତାର କରିପାରିବେ ତେବେ କୋରୋନା ମହାମାରୀ ଉହାନ ଲ୍ୟାବରୁ ବ୍ୟାପିଥିବା ନେଇ ଏନେଇ ରିପୋର୍ଟରେ କୁହାଯାଇଥିବା ବେଳେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନଥିଲା ଏଭଳି ସ୍ଥିତିରେ ଆଉ ଏକ ଭାଇରସକୁ ନେଇ ଭବିଷ୍ୟତବାଣୀ ସମସ୍ତଙ୍କ ମନରେ ଛନକା ସୃଷ୍ଟି କରିଛି