ଭୁଶୁଡ଼ିଲା ପୋଲର ସ୍ଲାବ୍: ଜଣେ ମୃତ, ୯ ଆହତ

ପାଟଣା: ବିହାରର ସୁପୌଲରେ ଏକ ବଡ ଦୁର୍ଘଟଣା ଘଟିଛି । କୌସି ନଦୀରେ ନିର୍ମାଣାଧିନ ବ୍ରିଜର ସ୍ଲାବ୍ ଭୁଷୁଡି ଜଣଙ୍କ ମୃତ୍ୟୁ ହେବା ସହିତ ଅନେକ ଶ୍ରମିକ ଆହତ ହୋଇଛନ୍ତି । ସୁପୌଲ ଜିଲା ଅଧିକାରୀ କୌଶଳ କୁମାର କହିଛନ୍ତି କି ନିର୍ମାଣାଧିନ ପୋଲର ଏକ ଅଂଶ ଭୁଷୁଡିବାରୁ ଜଣଙ୍କ ମୃତ୍ୟୁ ହେବା ସହ ୯ ଜଣ ଆହତ ହୋଇଛନ୍ତି । ତେବେ କିଛି ଶ୍ରମିକ ସ୍ଲାବ୍ ତଳେ ଫସିଥିବା ଅନୁମାନ କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି । ତେବେ ଉଦ୍ଧାର କାର୍ୟ୍ୟ ଜାରି ରହିବା ସହ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।