ଗ୍ୟାସ ଦର ବୃଦ୍ଧି: ଆଜି ମହିଳା ବିଜେଡିର ଧାରଣା

ଗ୍ୟାସ ଦର ବୃଦ୍ଧି: ଆଜି ମହିଳା ବିଜେଡିର ଧାରଣା

ଭୁବନେଶ୍ୱର: ପ୍ରତିଦିନ ଦରଦାମ ହୁହୁ ହୋଇ ବଢୁଥିବା ବେଳେ ଗ୍ୟାସ ଦରବୃଦ୍ଧି ଜନତାଙ୍କୁ କନ୍ଦାଇଲାଣି । ସାଧାରଣ ଜନତା ଦରଦାମ୍ ବୃଦ୍ଧିରେ ଅତିଷ୍ଠ ହେଉଥିବା ବେଳେ ଏହାକୁ ନେଇ କେନ୍ଦ୍ରକୁ ଟାର୍ଗେଟ୍ କରିଛି ବିଜେଡି। ପୁଣି ଗ୍ୟାସ ଦର ୫୦ଟଙ୍କା ବଢାଇଛନ୍ତି କେନ୍ଦ୍ର ସରକାର, ସାଧାରଣ ଲୋକଙ୍କୁ ଏହା ବାଧୁଛି। ହେଲେ ଏନେଇ ମୁହଁ ଖୋଲୁନାହାନ୍ତି ରାଜ୍ୟ ବିଜେପି ନେତା।

ରନ୍ଧନ ଗ୍ୟାସ ସିଲିଣ୍ଡର ଦରବୃଦ୍ଧିକୁ ନେଇ ରାସ୍ତାକୁ ଓହ୍ଲାଇବ ବିଜୁ ଜନତା ଦଳ । ସାମ୍ବାଦିକ ସମ୍ମିଳନୀ କରି ଏ ପ୍ରସଙ୍ଗରେ କେନ୍ଦ୍ର ବିରୋଧରେ ବର୍ଷିବା ପରେ ଆନ୍ଦୋଳନ ଡାକରା ଦେଇଛି ବିଜେଡି । ବିଜେଡିର ମହିଳା ସଂଗଠନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ଶୁକ୍ରବାର ସକାଳ ୧୦ଟାରେ ରାଜଭବନ ସମ୍ମୁଖରେ ଧାରଣା ଦେବ । ଧାରଣା ସହ ସେଠାରେ ପ୍ରତିବାଦ ସଭା ମଧ୍ୟ କରାଯିବ