ଭିଜିଲାନ୍ସ ଜାଲରେ ଯନ୍ତ୍ରୀ, ୮ଟି ସ୍ଥାନରେ ରେଡ

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ, ୮ଟି ସ୍ଥାନରେ ରେଡ

ଭୁବନେଶ୍ୱର: ପୁଣି ଜଣେ ସରକାରୀ ବାବୁ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ।   ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଣେ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢଉ କରିଛି ।  ଭବାନୀପାଟଣା କେବିକେ କ୍ଷୁଦ୍ର ଜଳସେଚନ ବିଭାଗ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢଉ କରାଯାଇଛି । 

ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ କନ୍ଦର୍ପ ପ୍ରଧାନଙ୍କ ଘର ଓ ଅଫିସରେ ରେଡ କରାଯାଇଛି ।  ମୋଟ ୮ଟି ସ୍ଥାନରେ ଏହି ରେଡ ଚାଲିଛି ।  ଭୁବନେଶ୍ୱରର ୩, ଅନୁଗୁଳର ୩ ଓ ଭବାନୀପାଟଣାର ୨ଟି ସ୍ଥାନରେ ଭିଜିଲାନ୍ସ ଟିମ ରେଡ କରିଥିବା ସୂଚନା ମିଳିଛି । 

 ପ୍ରକାଶ ଯେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି ବିରୋଧରେ ଜିରୋ ଟୋଲେରାନ୍ସ ନୀତି ଆପଣାଉଥିବାବେଳେ ରାଜ୍ୟରେ କିଛି ସରକାରୀ କର୍ମଚାରୀଙ୍କ ଉପରେ ଏହାର ପ୍ରଭାବ ପଡ଼ୁନାହିଁ । ଯାହା ଫଳରେ କିଛି ସରକାରୀ କର୍ମଚାରୀଙ୍କ ଆୟ ଠାରୁ ଅଧିକ ସମ୍ପତ୍ତି ଦେଖିବାକୁ ମିଳୁଛି । ତେବେ ଭିଜିଲାନ୍ସ ସେମାନଙ୍କ ଉପରେ ନଜର ରଖୁଛି ।