ବିଧାନସଭାର ଶୂନ୍ୟକାଳରେ ପୁଣି ହୋ-ହଲ୍ଲା

ବିଧାନସଭାର ଶୂନ୍ୟକାଳରେ ପୁଣି ହୋ-ହଲ୍ଲା

ଭୁବନେଶ୍ୱର: ବିଧାନସଭାର ଶୂନ୍ୟକାଳରେ ପୁଣି ହୋ-ହଲ୍ଲା । ଗୃହରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିକୁ ନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପ୍ରଶ୍ନ କରିଥିବା ବେଳେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ରାଜ୍ୟରେ ଏବେ ଗୁମାସ୍ତା ଶାସନ ଚାଲିଛି । ଗଣତନ୍ତ୍ରର ହତ୍ୟା କରାଯାଉଛି । ବିରୋଧୀଙ୍କ ଏଭଳି ପ୍ରଶ୍ନକୁ କାଉଣ୍ଟର କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ ।

ଅରୁଣ କହିଛନ୍ତି, ବିରୋଧୀ ଜ୍ଞାନ ବାଣ୍ଟୁଛନ୍ତି କିନ୍ତୁ ଜ୍ଞାନ ଗ୍ରହଣ କରୁନାହାନ୍ତି । ବିଧାନସଭା ଜ୍ଞାନ ବିତରଣ ସଭା ନୁହେଁ, ଗୃହରେ ଯାହା ଚାହିଁବେ ତାହା କହିବେ । ଯେଉଁମାନେ ଅଭିଯୋଗ ଆଣୁଛନ୍ତି, ସେମାନଙ୍କ ମେଣ୍ଟାଲ ହେଲଥ ଭଲ ନାହିଁ । ଯେଉଁମାନେ କହୁଛନ୍ତି ମୁଖ୍ୟ ଶାସନ ସଚିବ ଏବଂ ଉନ୍ନୟନ କମିଶନର ଯାଉନାହାନ୍ତି ତେବେ କୋଭିଡରେ କିଏ ଯାଉଥିଲେ ବୋଲି ଅରୁଣ ଜବାବ ଦେବା ସହ ସମ୍ପୂର୍ଣ ତଥ୍ୟ ନେଇକି ଆସିବାକୁ ବିରୋଧୀଙ୍କୁ ଆହ୍ୱାନ ଦେଇଛନ୍ତି ।