ଆଜି ମୌସୁମୀ ଅଧିବେଶନର ପଞ୍ଚମ ଦିନ
ଭୁବନେଶ୍ୱର: ସ୍ୱାଭାବିକ ଭାବେ ଚାଲିଛି ଗୃହ । ମୌସୁମୀ ଅଧିବେଶନର ୫ମ ଦିନରେ ଗୃହକାର୍ୟ୍ୟ ସ୍ୱାଭାବିକ ଭାବେ ଚାଲିଛି । ପ୍ରଶ୍ନକାଳ ସ୍ୱାଭାବିକ ଭାବେ ଆରମ୍ଭ ହୋଇଥିବା ବେଳେ ଗୃହରେ ଉତ୍ତର ରଖୁଛନ୍ତି ମନ୍ତ୍ରୀ । ଆଜି ଗୃହରେ ରାଜସ୍ୱ ବିପର୍ୟ୍ୟୟ ପରିଚାଳନା, ଜଳସମ୍ପଦ, କ୍ରୀଡା ଓ ଯୁବ କଲ୍ୟାଣ, ଯୋଜନା ଓ ସଂଯୋଜନା, ବାଣିଜ୍ୟ, ପରିବହନ ବିଭାଗକୁ ନେଇ ପ୍ରଶ୍ନୋତ୍ତର କାର୍ୟ୍ୟ ରହିଛି ।
ଗତକାଲି ଚତୁର୍ଥ ଦିନରେ ପ୍ରଶ୍ନକାଳ ସ୍ୱାଭାବିକ ଥିବା ବେଳେ ଶୂନ୍ୟକାଳରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକାର୍ୟ୍ୟ ବାରମ୍ବାର ବାଧାପ୍ରାପ୍ତ ହୋଇଥିଲା । ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳିନଥିଲା ।




admin 