ମୁକୁଳା ଡ୍ରେନରେ ପଡି ଯୁବକ ମୃତ

ମୁକୁଳା ଡ୍ରେନରେ ପଡି ଯୁବକ ମୃତ

କଟକ: କଟକ ମହିମା ନଗରରେ ଅଘଟଣ । ଡ୍ରେନରେ ପଡି ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ବୟସ ପାଖାପାଖି ୪୦ବର୍ଷ ବୋଲି ଜଣାପଡିଛି । କଟକ ମହିମା ନଗର ମଙ୍ଗଳା ମନ୍ଦିର ନିକଟ ମୁକୁଳା ଡ୍ରେନରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସକାଳୁ ଡ୍ରେନରେ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ମୃତକ ଜଣକ ରାଜମିସ୍ତ୍ରୀ ଭାବେ କାମ କରୁଥିଲେ ବୋଲି ଜଣାପଡ଼ିଛି ।

ମୃତ ଯୁବକ ଯାଜପୁରର ବୋଲି କୁହାଯାଉଛି। ସେ କଟକରେ ରାଜମିସ୍ତ୍ରୀ ଭାବେ କାମ କରୁଥିଲେ। ସମ୍ଭବତଃ ସେ ରାତ୍ରିରେ ବାଟ ନ ଦେଖିପାରି ମୁକୁଳା ଡ୍ରେନ୍‌ରେ ପଡ଼ିଯାଇଥିବା ସନ୍ଦେହ କରାଯାଉଛି। ତେବେ ଏନେଇ ପୁଲିସ୍ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।