ଘାଟିରୁ ଖସିପଡ଼ିଲା ବସ୍, ୨୭ ମୃ୍ତ

ଘାଟିରୁ ଖସିପଡ଼ିଲା ବସ୍, ୨୭ ମୃ୍ତ

ନୂଆଦିଲ୍ଲୀ: ଆମେରିକା ମେକ୍ସିକୋରେ ଭାରମାସ୍ୟ ହରାଇ ଘାଟିରୁ ଖସିପଡିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୨୭ ଜଣ ଯାତ୍ରୀଙ୍କର ମୃ୍ତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୧୩ ଜଣ ପୁରୁଷ, ୧୩ ଜଣ ମହିଳା ଏବଂ ଜଣେ ଶିଶୁ ଥିବା ସୂଚନା ରହିଛି ।

ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍‌ ପହଞ୍ଚିଥିଲେ । ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।ବସଟି ମେକ୍ସିକୋ ସିଟିରୁ ଓକ୍ସାକାର ୟୋସୁଣ୍ଡୁଆ ଅଭିମୁଖେ ଯାତ୍ରା କରୁଥିଲା ବେଳେ ଘଟିଛି ଦୁର୍ଘଟଣା । ତେବେ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି। କ୍ରେନ ସାହାଯ୍ୟରେ ବସଟିକୁ ଉଠାଯାଇଥିଲା ।