ଶୋଇବା ଘରେ ରଖନ୍ତୁ ନାହିଁ ଗଣେଶଙ୍କ ମୂର୍ତ୍ତି 

ଶୋଇବା ଘରେ ରଖନ୍ତୁ ନାହିଁ ଗଣେଶଙ୍କ ମୂର୍ତ୍ତି 

ଯେଉଁ ଗଣେଶ ମୂର୍ତ୍ତିଙ୍କ ଶୁଣ୍ଢ ବାମ ପାର୍ଶ୍ୱକୁ ଢ଼ଳି ରହିଥିବ, ସେହି ମୂର୍ତ୍ତିକୁ ଘରେ ରଖନ୍ତୁ ।

ଘରର ଦକ୍ଷିଣ ପାର୍ଶ୍ୱରେ କେବେହେଲେ ଶ୍ରୀଗଣେଶଙ୍କ ମୂର୍ତ୍ତି ରଖନ୍ତୁ ନାହିଁ । ସେହିପରି ସିଡି ଓ ଶୋଇବା ଘରେ ଗଣେଶ ମୂର୍ତ୍ତି ରଖନ୍ତୁ ନାହିଁ । ଏହାଦ୍ୱାରା ଧନ କ୍ଷୟ ହୋଇଥାଏ ।

ଠାକୁର ଘରେ ଶ୍ରୀଗଣେଶଙ୍କର ଗୋଟିଏ ମୂର୍ତ୍ତି ରଖନ୍ତୁ । ଏକରୁ ଅଧିକ ମୂର୍ତ୍ତି ରଖିଲେ, ତାଙ୍କ ପତ୍ନୀ ରିଦ୍ଧି-ସିଦ୍ଧି ରାଗିଯାନ୍ତି ବୋଲି କୁହାଯାଏ । 

ଝିଅ ଶାଶୁଘରକୁ ଯିବାବେଳେ ତାକୁ ଶ୍ରୀଗଣେଶଙ୍କ ମୂର୍ତ୍ତି ଦେବା ଉଚିତ୍‌ ନୁହେଁ । ଏହାଦ୍ୱାରା ବାପଘରେ ଆର୍ôଥକ ସଙ୍କଟ ଦେଖାଦିଏ । 

ଅଫିସ୍‌ରେ ଶ୍ରୀଗଣେଶଙ୍କ ଠିଆ ହୋଇଥିବା ମୂର୍ତ୍ତି ରଖିଲେ ଶୁଭ ବୋଲି କୁହାଯାଏ ।

ଘରର ମୁଖ୍ୟ ଦ୍ୱାର ଦକ୍ଷିଣ କିମ୍ବା ଉତ୍ତର ପାର୍ଶ୍ୱରେ ଥିଲେ ମୁଖ୍ୟ ଦ୍ୱାରରେ ଗଣେଶଙ୍କ ମୂର୍ତ୍ତି ବା ଫଟୋ ଲଗାନ୍ତୁ ।