୫-ଟି ସଚିବଙ୍କ କଳାହାଣ୍ଡି ଗସ୍ତ

୫-ଟି ସଚିବଙ୍କ କଳାହାଣ୍ଡି ଗସ୍ତ

ଭୁବନେଶ୍ୱର: ଶୁକ୍ରବାରଠୁ ଦୁଇଦିନିଆ କଳାହାଣ୍ଡି ଗସ୍ତରେ ଯିବେ ୫-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ। ଶ୍ରୀ ପାଣ୍ଡିଆନ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଯାଇ ଉନ୍ନୟନ କାର୍ୟ୍ୟର ପରିଦର୍ଶନ କରି ସମୀକ୍ଷା କରିବେ । ସ୍ଥାନୀୟ ସମସ୍ୟା ବୁଝିବା ସହ ଲୋକଙ୍କ ସହ ଆଲୋଚନା କରିବେ । ତାଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ଚଳଚଞ୍ଚଳ ହୋଇ ଉଠିଥିବାବେଳେ ବିଜେଡି ନେତା ଓ କର୍ମୀଙ୍କ ତୁହାକୁତୁହା ବୈଠକ ଲାଗିରହିଛି । ଶ୍ରୀ ପାଣ୍ଡିଆନ ୨୦୦୩-୦୪ ମସିହାରେ ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ କାର୍ୟ୍ୟ କରିଥିବାରୁ ଶ୍ରୀ ପାଣ୍ଡିଆନ୍‌ଙ୍କ ଗସ୍ତକୁ ନେଇ ଧର୍ମଗଡ଼ବାସୀ ଅଧିକ ଉତ୍ସାହିତ ଅଛନ୍ତି ।

ଶ୍ରୀ ପାଣ୍ଡିଆନଙ୍କ ଗସ୍ତ ପୂର୍ବରୁ ବିଧାୟକ ତଥା ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କର୍ଲାମୁଣ୍ଡା ଓ ମ.ରାମପୁର ବ୍ଲକ୍‌ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ବେଲଖଣ୍ଡିରେ ପ୍ରଥମ କାର୍ୟ୍ୟକ୍ରମ ରହିଛି । ସେଠାରେ କର୍ଲାମୁଣ୍ଡା ଓ କେସିଙ୍ଗା ବ୍ଲକର ବିଭିନ୍ନ ସମସ୍ୟା ଉପରେ ସଚିବ ଜନସାଧାରଣଙ୍କ ସହ ଆଲୋଚନା କରିବେ । ୫-ଟି ସଚିବ କୋକସରା ଆମପାଣି ବୁଢ଼ାରାଜା ମନ୍ଦିର ସହ ଗୁଡ଼ହାଣ୍ଡି ଡୋକରିଚଞ୍ଚରାକୁ ମଧ୍ୟ ଗସ୍ତ କରିବାର କାର୍ୟ୍ୟକ୍ରମ ରହିଛି।