ଅଚଳ ହେବ ୨ ହଜାର ଟଙ୍କିଆ

ଅଚଳ ହେବ ୨ ହଜାର ଟଙ୍କିଆ

ଆଉ ଚଳିବନି ୨ ହଜାର ଟଙ୍କିଆ  । ବଜାରରେ ଆଉ ୨ ହଜାର ଟଙ୍କିଆ ନୋଟ କାରବାର ହେବନାହିଁ  । ଏଭଳି ବଡ଼ ନିଷ୍ପତି ନେଇଛନ୍ତି ଆରବିଆଇ  । ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବ୍ୟାଙ୍କରୁ ଏହି ନୋଟ ବଦଳାଯିବ  । ଥରକେ ସର୍ବାଧିକ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ନୋଟ ବଦଳା ଯାଇପାରିବ  । ବିମୁଦ୍ରୀକରଣ ବେଳେ ୨ ହଜାର ଟଙ୍କିଆ ବଜାରକୁ ଆସିଥିଲା  । କିନ୍ତୁ ଗତ କିଛି ମାସ ଧରି ଆଉ ୨ ହଜାର ଟଙ୍କିଆ ଦେଖିବାକୁ ମିଳୁନଥିଲା  । ଏହି ନୋଟ ଛପା ମଧ୍ୟ ବନ୍ଦ ହୋଇଯାଇଥିଲା  । ଏହି ଟଙ୍କାରେ ଚିପସ ଲାଗିଛି ବୋଲି ଅପପ୍ରଚାର ବି ଶୁଣିବାକୁ ମିଳୁଥିଲା  ।