ଚନ୍ଦନରେ ନିଅନ୍ତୁ ତ୍ୱଚାର ଯତ୍ନ
ସୂର୍ଯ୍ୟତାପ ଯୋଗୁ ତ୍ୱଚା ପ୍ରଭାବିତ ହୋଇଥାଏ । ବାହାରକୁ ଯାଇ ଆସିଲେ ତ୍ୱଚା ଜଳାପୋଡ଼ା କରିଥାଏ । ଏହି ସମସ୍ୟା ପାଇଁ ଚନ୍ଦନ ଖୁବ୍ ସହାୟକ । ଚନ୍ଦନ ପ୍ରୟୋଗ କରି ତ୍ୱଚାକୁ ସତେଜ ରଖାଯାଇପାରିବ । ଏଥିପାଇଁ-ଅଧ ଚାମଚ ଚନ୍ଦନ ଗୁଣ୍ଡରେ ବେସନ ଅଧା ଚାମଚ ଏବଂ ଗୋଲାପ ଜଳ ମିଶାଇ ଲେପ ପ୍ରସ୍ତୁତ କରି ଏହାକୁ ମୁହଁରେ ଲଗାନ୍ତୁ । ଶୁଖିବାର କିଛି ସମୟ ପରେ ପାଣିରେ ଧୋଇଦେବେ ।ଖରାରେ ପାଦ କଳା ପଡ଼ିଯାଉଥିଲେ ଚନ୍ଦନ ଗୁଣ୍ଡରେ କିଛି ଲେମ୍ବୁରସ ମିଶାଇ ଏହି ଲେପ ପ୍ରତିଦିନ ପାଦରେ ଲଗାନ୍ତୁ । କଳା ଦାଗ ଦୂର ହୋଇଯିବ । ଚନ୍ଦନ ଗୁଣ୍ଡ ସହ କାକୁଡ଼ି ରସ ଏବଂ ଚିମୁଟାଏ ହଳଦୀ ମିଶାଇ ପ୍ରଲେପ ପ୍ରସ୍ତୁତ କରିବେ । ଏହାକୁ ମୁହଁ, ହାତ, ବେକରେ ଲଗାଇଲେ ତ୍ୱଚାରେ ଚମକ ଆସିଥାଏ । ଚନ୍ଦନଗୁଣ୍ଡରେ କିଛି ଆଳୁରସ ମିଶାଇ ତ୍ୱଚାରେ ଲଗାଇଲେ ରଙ୍ଗ ଉଜ୍ଜ୍ୱଳ କରିଥାଏ ।
]




admin 