ଠାକୁରଙ୍କୁ ବସ୍ତ୍ର ପିନ୍ଧାଇ ରଖିଛନ୍ତି କି?
ପୂଜାଘରକୁ ସଫା କରିବା ସମୟରେ ଠାକୁରଙ୍କ ମୂର୍ତ୍ତିକୁ ଚଟାଣ ଉପରେ ରଖନ୍ତୁ ନାହିଁ ଓ ମୂର୍ତ୍ତିକୁ କୌଣସି ପିଢ଼ା, ସଫା ବସ୍ତ୍ର କିମ୍ବା ଥାଳି ଉପରେ ରଖିବା ଉଚିତ । ଠାକୁରଙ୍କ ମୂର୍ତ୍ତି ତଳେ ରଖିବା ଦ୍ୱାରା ଘରର ସୁଖସମୃଦ୍ଧି ହାନି ହୋଇଥାଏ । କେତେକ ପୂଜା ଘରେ ଥିବା ଠାକୁରଙ୍କ ମୂର୍ତ୍ତିରେ ଗହଣା ପିନ୍ଧାଇଥାନ୍ତି । କାରଣ ଗହଣା ହେଉଛି ଶୁଭର ପ୍ରତୀକ । ଗହଣା ବା ଆଭୂଷଣର ସମ୍ପର୍କ ଗ୍ରହ ସହିତ ହୋଇଥାଏ । ତେଣୁ ସେହି ଆଭୂଷଣକୁ ମଧ୍ୟ ଭୂମି ଉପରେ ରଖିବା ଅଶୁଭ ବୋଲି କୁହାଯାଏ । କାରଣ ଏହାଦ୍ୱାରା ଗ୍ରହର ସ୍ଥିତି ପ୍ରଭାବିତ ହୋଇଥାଏ ଏବଂ ଜୀବନରେ ସମସ୍ୟା ଆସିଥାଏ । ତେଣୁ ଉକ୍ତ ଆଭୂଷଣଗୁଡ଼ିକୁ ସଫା ବସ୍ତ୍ର ଉପରେ ରଖିବା ଆବଶ୍ୟକ ।