ଟାଇଲ୍ସ କେମିତି ସଫା କରିବେ?
ଘର ହେଉ କି ବାଥ୍ରୁମ୍ । ଚଟାଣକୁ ଆକର୍ଷଣୀୟ କରିବା ପାଇଁ ଆଜିକାଲି ଟାଇଲ୍ସ ବ୍ୟବହାର କରାଯାଉଛି । ତେବେ ଏହାକୁ କିପରି ସହଜରେ ସଫା କରିବେ ଜାଣନ୍ତି ?ଚଟାଣରେ ଲାଗିଥିବା ଟାଇଲ୍ସକୁ ସଫା କରିବାକୁ ହେଲେ ଭିନେଗାର ନେଇ ଏହାକୁ ନଖ ଉଷୁମ ପାଣିରେ ମିଶାଇ ୩ରୁ ୪ ଲିଟର ପାଣି କରିନିଅନ୍ତୁ । ଏହାପରେ ଟାଇଲ୍ସକୁ ସହଜରେ ସଫା କରିପାରିବେ । ଏଥିରେ ଅଳ୍ପ ଡିଟରଜେଣ୍ଟ ମିଶାଇ ସଫା କରନ୍ତୁ । ଟାଇଲ୍ସରୁ ଦାଗ ଦୂରକରିବାକୁ ହେଲେ ଅଧା କପ୍ ପାଣିରେ ସ୍କରିଂ ପାଉଡରର ପେଷ୍ଟ ପ୍ରସ୍ତୁତ କରିନିଅନ୍ତୁ । ଏହାପରେ ୧୦-୧୫ ମିନିଟ୍ ଲଗାଇଦେଇ ଛଡ଼ାଇ ନିଅନ୍ତୁ । ଏହାପରେ ନଖ ଉଷୁମ ପାଣିରେ ଟାଇଲ୍ସକୁ ସଫା କରନ୍ତୁ । ବ୍ଲିଚିଂ ପାଉଡର ବ୍ୟବହାର କରିପାରିବେ । ବ୍ଲିଚିଂ ପାଉଡର ଅପରିଷ୍କାରକୁ ସଫା କରିବାକୁ ହେଲେ ଏକ ଭଲ ଅପ୍ସନ ହୋଇପାରିବ । ଏହାକୁ ବ୍ରଶ୍ ସାହାଯ୍ୟରେ ରଗଡି ପାଣିରେ ସଫା କରନ୍ତୁ ।




admin 