ନାଁର ପ୍ରଥମ ଅକ୍ଷର କହି ଦିଏ ଜଣେ କେତେ ରୋମାଣ୍ଟିକ୍‌

ନାଁର ପ୍ରଥମ ଅକ୍ଷର କହି ଦିଏ ଜଣେ କେତେ ରୋମାଣ୍ଟିକ୍‌

ବ୍ୟକ୍ତିର ନାମ ତାର ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି। ଏହା ସହ ବ୍ୟକ୍ତିର ନାମର ପ୍ରଥମ ଅକ୍ଷର ତାର ବ୍ୟକ୍ତିତ୍ୱ ଓ ସେ କେତେ ଭାଗ୍ୟଶାଳୀ ତାହା କହି ଦିଏ ବୋଲି କୁହାଯାଏ। କିନ୍ତୁ ଜାଣିଛନ୍ତି କି ନାମର ପ୍ରଥମ ଅକ୍ଷରରୁ ଜଣାପଡ଼ିଯାଏ ଜଣେ ବ୍ୟକ୍ତି ରୋମାଣ୍ଟିକ୍‌ କି ନୁହଁନ୍ତି।  

ତାହାହେଲେ ଜାଣନ୍ତୁ ଏହି ସବୁ ଅକ୍ଷରରୁ ଯେଉଁମାନଙ୍କ ନାଁ ଆରମ୍ଭ ହୋଇଛି ସେମାନେ କେତେ ରୋମାଣ୍ଟିକ୍।

A-ଯେଉଁ ବ୍ୟକ୍ତିଙ୍କ ନାମର ପ୍ରଥମ ଅକ୍ଷର Aରୁ ଆରମ୍ଭ ହୋଇଥିବ ସେ ଦେଖିବାକୁ ବହୁତ ସୁନ୍ଦର ଓ ଆକର୍ଷଣୀୟ ହୋଇଥାନ୍ତି। ତାଙ୍କ ପାଖରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥାଏ। ଏମାନେ ସଂପର୍କ ଓ ପ୍ରେମକୁ ଅଧିକ ଗୁରୁତ୍ୱ ଦିଅନ୍ତି। କିନ୍ତୁ ରୋମାଣ୍ଟିକ୍‌ ନୁହଁନ୍ତି। ତେବେ ଠିକ୍‌ ନିଷ୍ପତ୍ତି ନେଇଥାନ୍ତି।

B- ଏମାନେ ପ୍ରେମ ବିବାହ କରିଥାନ୍ତି। ଭାରି ରୋମାଣ୍ଟିକ୍‌ ହୋଇଥାନ୍ତି।

C- ଏମାନେ ଦୋସ୍ତି କରିବାକୁ ପସନ୍ଦ କରନ୍ତି। ପ୍ରଥମ ପ୍ରେମକୁ ସବୁବେଳେ ମନେ ରଖିଥାନ୍ତି। ଭାବୁକର ପ୍ରକୃତିର ହୋଇଥାନ୍ତି। ସେଥିପାଇଁ ଜୀବନରେ ଧୋକା ଖାଆନ୍ତି।

I-ଅଧିକ ଭାବୁକ ହୋଇଥାନ୍ତି। ପ୍ରେମକୁ ନେଇ ଏମାନେ ବହୁତ ଗମ୍ଭୀର।

M- ଏମାନେ ଜିଦଖୋର ଓ ଭାବୁକ ହୋଇଥାନ୍ତି। ଏମାନଙ୍କୁ ପ୍ରେମ କରିବା ବିପଦପୂର୍ଣ୍ଣ।

O- ଏମାନେ ପ୍ରେମ ବିବାହ କରନ୍ତି।

P- ଏମାନେ ଘର ପରିବାର ସହ ରହିବାକୁ ପସନ୍ଦ କରନ୍ତି। ଏମାନେ ଭାରି ରାଗୀ ଓ ଜିଦ୍‌ଖୋର। ପ୍ରେମକୁ ନେଇ ଏମାନେ ଭାରି ଗମ୍ଭୀର।