ରଥ ଟାଣିଲେ ପୂର୍ବତନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ 

ରଥ ଟାଣିଲେ ପୂର୍ବତନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ 

ପୁରୀ : ଶ୍ରୀମନ୍ଦିର ପୂର୍ବତନ ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ବାହୁଡା ଯାତ୍ରାରେ ଆସି ଭକ୍ତଙ୍କ ଗହଣରେ ରଥ ଟାଣିଛନ୍ତି I ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କ ରଥ ଟାଣି ବେଶ ଖୁସି ସାବ୍ୟସ୍ତ କରିଛନ୍ତି I  ଏହି ଅବସରରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସହ ସେବାୟତ ମାନେ ତାଙ୍କସହ ରଥଯାତ୍ରା ସମ୍ପର୍କରେ ଆଲୋଚନା କରିଛନ୍ତି  I

 ପୂର୍ଣକାଳୀନ ଶ୍ରୀମନ୍ଦିର  ପ୍ରଶାସକ ଭାବେ ରଞ୍ଜନ କୁମାର ଦାସଙ୍କ  ଯୋଗଦାନ ପୂର୍ବରୁ ବୀର ବିକ୍ରମ ଯାଦବ ଅଳ୍ପ କିଛି ମାସ ପାଇଁ ଦାୟିତ୍ୱରେ ରହିଥିଲେ I ଏହି ପୂର୍ବରୁ କ୍ରିଷନ କୁମାର ପ୍ରାୟ ଦୁଇବର୍ଷ ଧରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ  ଦାୟିତ୍ୱରେ ରହିଥିଲେ I ତାଙ୍କ ସମୟରେ ରଥଯାତ୍ରା ଶୃଙ୍ଖଳିତ ସମାପନ ହୋଇଥିଲା I ଶ୍ରୀଗୁଣ୍ଡିଚା ଯାତ୍ରାରେ ରଥ ପହଂଚିବା ପରେ ଓ ବାହୁଡ଼ାରେ ରଥ ସିଂହଦ୍ବାରରେ ପହଞ୍ଚିବା ପରେ ସେ ସେବାୟତଙ୍କ ମହଲରେ ଶ୍ରୀଜଗନ୍ନାଥଙ୍କ ଜଣାଣ ଗାଇ ଚର୍ଚ୍ଚାରେ ରହିଥିଲେ I