ମିଳୁଛି ଭୂତୁଣୀ ଚା’, କଙ୍କାଳ ବିସ୍କୁଟ୍
ଚା’ ପିଇବାକୁ ପ୍ରାୟ ସମସ୍ତଙ୍କୁ ପସନ୍ଦ । ଆପଣ ଲେମନ୍ ଟି, ହର୍ବାଲ ଟି, ଗ୍ରୀନ୍ ଟି ଆଦି ବିଭିନ୍ନ ପ୍ରକାର ଚା’ ପିଇଥିବେ । କିନ୍ତୁ କେବେ ଭୂତୁଣୀ ଚା’ ବା ଭୂତ ଚା’ ପିଇ ନଥିବେ ଳ ନିକଟରେ ଏଭଳି କିଛି ହରୋର୍ ଥିମର ଚା’ ଲୋକଙ୍କର ଦୃଷ୍ଟି ଆକର୍ଷଣ କରିଛି । ଅହମ୍ମଦାବାଦ , ସରଦାର ନଗରର କବରସ୍ତାନ ନିକଟରେ ଭୟାନକ ଟି ଷ୍ଟଲ୍ ରହିଛି । ଏହି ଷ୍ଟଲର ମେନ୍ୟୁକୁ ଦେଖିଲା ପରେ ଜଣେ ଭୟ କରିବା ଥୟ । କାରଣ ଏହି ଚା’ ଦୋକାନରେ ଡାହାଣୀ ଚା’, ତାନ୍ତ୍ରିକ ଚା’, ଶବ ଚା’, ସ୍ପେଶାଲ ଅସ୍ଥି ଚା’, ପ୍ରେତାତ୍ମା ଚା’ ନାମରେ ଚା’ ମିଳୁଛି । ଏପରିକି ଭୂତ କଫି ଏବଂ କଙ୍କାଳ ବିସ୍କୁଟ ମଧ୍ୟ ଏହି ଚା’ ଦୋକାନରେ ମିଳୁଛି । ହରର୍ ଥିମରେ ଚାଲିଥିବା ଏହି ଚା’ ଦୋକାନକୁ ଅନୀଲ ବଜରଙ୍ଗୀ ଚଳାଉଛନ୍ତି । ୨୦୧୮ ମସିହାରେ ସେ ଏହି ଦୋକାନ ଆରମ୍ଭ କରିଥିବାବେଳେ ଆରମ୍ଭରୁ କେହି ବି ଆସୁ ନଥିଲେ କିନ୍ତୁ ଏବେ ଏଠାରେ ଲୋକଙ୍କର ଭିଡ ଜମୁଛି ।




admin 