ବେଲ ଗଛ ଥିଲେ ପାଇବେ ଅନେକ ଫାଇଦା

ବେଲ ଗଛ ଥିଲେ ପାଇବେ ଅନେକ ଫାଇଦା

-ଆପଣଙ୍କ ଘର ବଗିଚାରେ ବେଲ ଗଛ ଅଛି କି? ବିଶ୍ୱାସ ଅନୁସାରେ ଏଥିରେ ପ୍ରଭୁ ମହାଦେବ ବାସ କରନ୍ତି । କିମ୍ବଦନ୍ତୀ ଅନୁଯାୟୀ, ଏକଦା ମାତା ପାର୍ବତୀ ଆଙ୍ଗୁଠିରେ ନିଜ ମଥାରେ ଥିବା ଝାଳକୁ ପୋଛି ପକାଇଦେଇଥିଲେ । ସେହି ଝାଳରୁ କିଛି ବୁନ୍ଦା ମନ୍ଦାର ପର୍ବତରେ ପଡିଥିଲା । ସେଥିରୁ ହିଁ ବେଲ ଗଛ ଉତ୍ପର୍ଣ୍ଣ ହୋଇଛି ବୋଲି କୁହାଯାଏ । ଶିବ ପୁରାଣ ଅନୁଯାୟୀ , ଘରର ବଗିଚାରେ ବେଲ ବୃକ୍ଷ ଲଗାଇବା ଦ୍ୱାରା ଅକ୍ଷୟ ପୁଣ୍ୟ ପ୍ରାପ୍ତି ହୋଇଥାଏ ।ଯେଉଁ ସ୍ଥାନରେ ଏହି ବୃକ୍ଷ ରହିଥାଏ, ତାହା କାଶୀ ତୀର୍ଥ ଭଳି ପବିତ୍ର ଓ ପୂଜନୀୟସ୍ଥଳ । ଏହାର ପ୍ରଭାବରେ ଘରର ସଦସ୍ୟଙ୍କ ଉପରେ ସକରାତ୍ମକ ଶକ୍ତି ପ୍ରବେଶ କରିବା ସହ ପ୍ରତ୍ୟେକ ସଦସ୍ୟଙ୍କ ମଧ୍ୟରେ ସ୍ନେହଶ୍ରଦ୍ଧା ଭାବ ରହିଥାଏ । ଘରେ କୌଣସି ନକରାତ୍ମକ ଶକ୍ତି ପ୍ରବେଶ କରେନାହିଁ । ଏହା ବାତାବରଣକୁ ଶୁଦ୍ଧ ଓ ପବିତ୍ର କରିଥାଏ । ଏହି ବୃକ୍ଷର ପ୍ରଭାବରେ କୌଣସି କ୍ଷତିକାରକ ଜୀବଜନ୍ତୁ ରୁହନ୍ତି ନାହିଁ । ବେଲ ପତ୍ର ତୋଳିବା ସମୟରେ କିଛି ସ୍ୱତନ୍ତ୍ର ନିୟମ ପ୍ରତି ଧ୍ୟାନ ରଖିବା ଉଚିତ୍ ।