ୱାକଫ ବିଲ ସଂଶୋଧନକୁ ସମର୍ଥନ
କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ୱାକଫ ବିଲ ସଂଶୋଧନକୁ ବିଜେପି ରାଜ୍ୟ ସଂଖ୍ୟାଲଘୁ ମୋର୍ଚ୍ଚାର ସମର୍ଥନ। ଏହି ବିଲ ନେଇ ବିରୋଧୀ ଦଳଙ୍କ ବିଭ୍ରାନ୍ତରୁ ସବୁ ସଂଖ୍ୟାଲଘୁ ସମାଜ ଦୂରେଇ ରୁହନ୍ତୁ ବୋଲି ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ସିକନ୍ଦର ଅଲି ଅପିଲ କରିଛନ୍ତି। ବଙ୍ଗଳାଦେଶରେ ହିନ୍ଦୁ ସମାଜ, ଦେବୀ ଦେବତାଙ୍କ ଉପରେ ହେଉଥିବା ଆକ୍ରମଣକୁ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ପକ୍ଷରୁ କଡା ନିନ୍ଦା କରାଯାଇଛି। ଓଡ଼ିଶାରେ ତତ୍କାଳୀନ ସରକାରଙ୍କ ସମୟରେ ପ୍ରବେଶ କରିଥିବା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ବର୍ତ୍ତମାନ ମୋହନ ସରକାର ଆରମ୍ଭ କରିଛନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ। ବଙ୍ଗଳାଦେଶରେ ହିନ୍ଦୁ ଦେବୀ ଦେବତା, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମୂର୍ତ୍ତି ଭଙ୍ଗା ଯାଉଛି, ହେଲେ ନବୀନ ବାବୁ ମୁହଁ ବନ୍ଦ କରି ବସିଛନ୍ତି। ଓଡ଼ିଶାକୁ ବଙ୍ଗଳାଦେଶ କରିବା ନେଇ ବିଜେଡି ନେତା ସଂତୃପ୍ତ ମିଶ୍ର ଦେଇଥିବା ମନ୍ତବ୍ୟକୁ ଦୃଢ଼ ବିରୋଧ କରୁଛି ସଂଖ୍ୟାଲଘୁ ମୋର୍ଚ୍ଚା। ଏଥିପାଇଁ ସେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେପି ରାଜ୍ୟ ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ସିକନ୍ଦର ଅଲି।