ବାସ୍ତୁଦୋଷ ଦୂର କରିବ ଫେଙ୍ଗସୁଇ ପିରାମିଡ୍‌

ବାସ୍ତୁଦୋଷ ଦୂର କରିବ ଫେଙ୍ଗସୁଇ ପିରାମିଡ୍‌

ଚୀନ୍‌ ବାସ୍ତୁଶାସ୍ତ୍ର ଫେଙ୍ଗସୁଇ ଅନୁଯାୟୀ, ଫେଙ୍ଗସୁଇ ପିରାମିଡ୍‌ର ଅନେକ ମହତ୍ତ୍ୱ ରହିଛି

ଘରେ ଧାତୁ କିମ୍ବା କାଠ ନିର୍ମିତ ପିରାମିଡ୍‌ ରଖିଲେ ବାସ୍ତୁଦୋଷ ଦୂର କରିଥାଏ 

ପିଲାଙ୍କ ପଢ଼ାଘରେ କିମ୍ବା ପଢ଼ା ଟେବୁଲ୍‌ ଉପରେ ପିରାମିଡ୍‌ ରଖିପାରିବେ । ଏହାଦ୍ୱାରା ଏକାଗ୍ରତା ସୃଷ୍ଟି ହୋଇଥାଏ ।

ଶତ୍ରୁ ସମସ୍ୟା ଥିଲେ, ପିରାମିଡକୁ ଘରର ଦକ୍ଷିଣ ଦିଗରେ ରଖିପାରିବେ । ଏହାଦ୍ୱାରା ଆଇନଗତ ମାମଲାରେ ବିଜୟ ହାସଲ ହୋଇଥାଏ ।

ପିରାମିଡ୍‌ ଉପରେ ଯଦି କୌଣସି ଜିନିଷ ରଖାଯାଏ, ତାହାର ଗୁଣରେ ପରିବର୍ତ୍ତନ ଆସିଥାଏ । ପାଚନ ଶକ୍ତି ଦୁର୍ବଳ ଥିଲେ ପାଣି ଗ୍ଲାସ୍‌ ଉପରେ ପିରାମିଡ୍‌ ରଖିବା ଉଚିତ । କିଛି ସମୟ ପରେ ସେହି ପାଣିକୁ ପିଇବା ଦ୍ୱାରା ପାଚନ ଶକ୍ତି ବୃଦ୍ଧି ହୁଏ । 

ଘରର ପୂର୍ବ ଦିଗରେ ପିରାମିଡ୍‌ ରଖିବା ଦ୍ୱାରା ଯଶକୀର୍ତ୍ତି ବୃଦ୍ଧି ପାଇଥାଏ ।