୫୦୦କିଲୋଗ୍ରାମ ରାକ୍ଷସ ଆନାକୋଣ୍ଡା 

୫୦୦କିଲୋଗ୍ରାମ ରାକ୍ଷସ ଆନାକୋଣ୍ଡା 

ଦକ୍ଷିଣ ଆମେରିକା ଅନ୍ତର୍ଗତ ଆମାଜନ ଅରଣ୍ୟରେ ଠାବ ହୋଇଛି ବିଶ୍ୱର ବୃହତ୍ତମ ସାପ ପ୍ରଜାତି । ବର୍ତ୍ତମାନ ସୁଦ୍ଧା ଆନାକୋଣ୍ଡା ସାପକୁ ବିଶ୍ୱର ବୃହତ୍ତମ ସାପର ମାନ୍ୟତା ମିଳିଥିବା ବେଳେ ଏହି ନୂତନ ପ୍ରଜାତିର ସରୀସୃପକୁ ‘ରାକ୍ଷସ ଆନାକୋଣ୍ଡା’ ନାମରେ ଗବେଷକମାନେ ନାମିତ କରିଛନ୍ତି । ଏହି ସାପ ପୂର୍ବରୁ ଆଦୌ ଆବିଷ୍କୃତ ହୋଇନଥିଲା । ଏହି ପ୍ରଜାତିର ସାପଗୁଡ଼ିକ ନିଜର କ୍ଷିପ୍ର ଗତି ପାଇଁ ନିଆରା ଜଣାପଡୁଛନ୍ତି । ସେହିପରି ଏହି ସାପ ନିଜ ଶିକାର ଦେହରେ ଗୁଡ଼ାଇ ହୋଇ ତାହାକୁ ଶ୍ୱାସରୁଦ୍ଧ କରି କବଳିତ କରିବା ଏବଂ ଗୋଟାପଣେ ଗିଳିଦେବାର ଶୈଳୀ ମଧ୍ୟ ତାହାକୁ ସ୍ୱତନ୍ତ୍ର ପରିଚୟ ଦେଇଛି । ନୂତନ ଭାବେ ଆବିଷ୍କୃତ ଏହି ଆନାକୋଣ୍ଡାଟିର ଲମ୍ବ ସାଢେ ସାତ ମିଟର ଓ ଓଜନ ୫୦୦ କିଲୋଗ୍ରାମ ହୋଇଥିବାରୁ ଏହାକୁ ପୃଥିବୀର ସବୁଠୁ ଲମ୍ବା ଓ ସବୁଠୁ ଓଜନିଆ ସାପ ବୋଲି କୁହାଯାଉଛି ।