ହିନ୍ଦୁଧର୍ମରେ ରାହୁ କାଳର ମହତ୍ତ୍ଵ

ହିନ୍ଦୁଧର୍ମରେ ରାହୁ କାଳର ମହତ୍ତ୍ଵ

ହିନ୍ଦୁ ଧର୍ମରେ କୌଣସି ଶୁଭ କାର୍ଯ୍ୟ କରିବା ପୂର୍ବରୁ ପ୍ରଥମେ ପଞ୍ଜିକାରୁ ଶୁଭ ମୁହୁର୍ଭର ବିଚାର କରାଯାଏ । କୁହାଯାଏ, ଶୁଭ ମୁହୂର୍ତ୍ତରେ କରାଯାଉଥିବା କାର୍ଯ୍ୟ ସବୁବେଳେ ସଫଳ ହୋଇଥାଏ । ଅଶୁଭ ମୁହୂର୍ତ୍ତ ଭାବେ ରାହୁକାଳ ଉପରେ ଗୁରୁତ୍ୱ ଦିଆଯାଏ । ରାହୁକାଳରେ କୌଣସି ପ୍ରକାରର ଶୁଭ କାର୍ଯ୍ୟ କରିବାକୁ ବାରଣ ରହିଛି । ହିନ୍ଦୁ ପଞ୍ଚାଙ୍ଗରେ ଏହା ଅଶୁଭ ସମୟ ‘ରାହୁକାଳ’ର ଅର୍ଥ ହେଉଛି ‘ରାହୁ' ଏବଂ 'କାଳ’ ଜ୍ୟୋତିଷ ଶାସ୍ତ୍ରରେ ଏହି ଗ୍ରହକୁ କ୍ରୁର ବୋଲି ବିବେଚନା କରାଯାଏ । ରାହୁ ଦୋଷରେ ମାନସିକ, ଶାରୀରିକ ଏବଂ ଆର୍ôଥକ କ୍ଷତି ଭୋଗିବାକୁ ପଡ଼ିଥାଏ । ରାହୁକାଳର ଗଣନା ଗ୍ରହଙ୍କ ସ୍ଥିତି ଆଧାରରେ କରାଯାଏ । ପ୍ରତିଦିନ ରାହୁକାଳ ପ୍ରାୟ ଘଣ୍ଟାଏ ୩୬ ମିନିଟ୍‌ ପାଇଁ ରହିଥାଏ । ଏହି ଅବଧି ସ୍ଥାନ ଓ ସ୍ଥିତି ଅନୁସାରେ ଭିନ୍ନ ହୋଇଥାଏ । କାରଣ ଏହାର ଗଣନା ସୂର୍ଯ୍ୟାସ୍ତ ଓ ସୂର୍ଯ୍ୟୋଦୟ ସମୟ ଆଧାରରେ କରାଯାଏ ।