ବଡ଼ ସୂଚନା ଦେଲେ ରେଳମନ୍ତ୍ରୀ
ଭୁବନେଶ୍ୱର: ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ବନେ୍ଦ ମେଟ୍ରୋ । ପୁରୀରେ ଏନେଇ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ବନେ୍ଦ ଭାରତ ପରେ ପରେ ବନେ୍ଦ ମେଟ୍ରୋ ଆରମ୍ଭ ହେବ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ବନେ୍ଦ ଭାରତ ପରେ ପରେ ବନେ୍ଦ ସ୍ଲିପର ଆରମ୍ଭ ହେବ । ବନେ୍ଦ ସ୍ଲିପର ପରେ ପରେ ବନେ୍ଦ ମେଟ୍ରୋ ଆରମ୍ଭ ହେବ । ବନେ୍ଦ ମେଟ୍ରୋ ଆରମ୍ଭ ହେଲେ ଓଡ଼ିଶାକୁ ବି ଫାଇଦା ମିଳିବ । ବନେ୍ଦ ମେଟ୍ରୋ ପୁରୀ-ଭୁବନେଶ୍ୱର-କଟକ ମଧ୍ୟରେ ଚାଲିବା ନେଇ ଯୋଜନା ରହିଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ ଆଜି ଓଡ଼ିଶାକୁ ଦ୍ୱିତୀୟ ବନେ୍ଦ ଭାରତ ଟ୍ରେନ ପ୍ରଦାନ ନେଇ ଘୋଷଣା ହୋଇପାରେ । ପୁରୀରେ ଭାଷଣ ମାଧ୍ୟମରେ ରେଳମନ୍ତ୍ରୀ ଏହି ସଂକେତ ଦେଇଛନ୍ତି । ପୁରୀ-ଭୁବନେଶ୍ୱର-କଟକ-ଅନୁଗୁଳ-ରାଉରକେଲା ଦେଇ ଏହି ଟ୍ରେନ ଚାଲିପାରେ । ଗୁରୁବାର ବହୁ ପ୍ରତୀକ୍ଷିତ ଓଡ଼ିଶାର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍ ଲୋକାର୍ପିତ ହେବ । ପୁରୀ-ହାୱଡ଼ା ବନ୍ଦେ ଭାରତ ଟ୍ରେନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍ଫରେନ୍ସିଂରେ ଲୋକାର୍ପଣ କରିବେ । ଏଥିପାଇଁ ପୁରୀ ରେଳ ଷ୍ଟେସନର ୭ ଓ ୮ ନମ୍ବର ପ୍ଲାଟ୍ଫର୍ମକୁ ସ୍ୱତନ୍ତ୍ର ଭାବେ ସଜାଯାଇଛି । ଟ୍ରେନ୍ ଲୋକାର୍ପଣ ଉତ୍ସବର ସିଧା ପ୍ରସାରଣ ଦେଖିବା ପାଇଁ ଷ୍ଟେସନ ପରିସରରେ ବଡ଼ ଏଲ୍ଇଡି ଟିଭି ଲଗାଯାଇଛି । ଏହି କାର୍ୟ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ପୁରୀ ସାଂସଦ ପିନାକୀ ମିଶ୍ର, ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ପ୍ରମୁଖ କାର୍ୟ୍ୟକ୍ରମରେ ସାମିଲ ହେବେ ।




admin 