ଡବଲ ଇଞ୍ଜିନ ସରକାର କହି ପୁଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ
ଭୁବନେଶ୍ୱର: ଡବଲ ଇଞ୍ଜିନ ସରକାର ନେଇ ପୁଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟାର୍ଗେଟ କରିଛନ୍ତି । ଡବଲ ଇଞ୍ଜିନ ସରକାର କହିଲେ କାହାକୁ କାହିଁକି ବାଧୁଛି ବୋଲି ଶ୍ରୀ ପ୍ରଧାନ ପଚାରିଛନ୍ତି । ପୁରୀରେ ବନେ୍ଦ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ଅବସରରେ ଆୟୋଜିତ ଏକ ସାଧାରଣ ସଭାରେ ଶ୍ରୀ ପ୍ରଧାନ ଏଭଳି ପ୍ରଶ୍ନ କରିଛନ୍ତି ।
ସେ କହିଛନ୍ତି ଯେ ଆଜି ବନେ୍ଦ ଭାରତ ଆରମ୍ଭ ହେବ । ଯାହା ଡବଲ ଇଞ୍ଜିନରେ ଚାଲୁଛି । ଆଗପଟୁ ଗୋଟିଏ ଇଞ୍ଜିନ ରହିଛି ଯାହା ଟ୍ରେନକୁ ଟାଣିବ । ଆଉ ପଛ ପଟେ ବି ଗୋଟିଏ ଇଞ୍ଜିନ ରହିଛି ଯାହା ଏଥିରେ ସହାୟତା କରିବ । ମୁଁ ସେଇକଥା କହିଲି । କ’ଣ ଖରାପ କହିଲି । କାହିଁକି ମୋ କଥା ବାଧୁଛି ବୋଲି କହି ଶ୍ରୀ ପ୍ରଧାନ ପରୋକ୍ଷରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।
ଗୁରୁବାର ବହୁ ପ୍ରତୀକ୍ଷିତ ଓଡ଼ିଶାର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍ ଲୋକାର୍ପିତ ହେବ । ପୁରୀ-ହାୱଡ଼ା ବନ୍ଦେ ଭାରତ ଟ୍ରେନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍ଫରେନ୍ସିଂରେ ଲୋକାର୍ପଣ କରିବେ । ଏଥିପାଇଁ ପୁରୀ ରେଳ ଷ୍ଟେସନର ୭ ଓ ୮ ନମ୍ବର ପ୍ଲାଟ୍ଫର୍ମକୁ ସ୍ୱତନ୍ତ୍ର ଭାବେ ସଜାଯାଇଛି । ଟ୍ରେନ୍ ଲୋକାର୍ପଣ ଉତ୍ସବର ସିଧା ପ୍ରସାରଣ ଦେଖିବା ପାଇଁ ଷ୍ଟେସନ ପରିସରରେ ବଡ଼ ଏଲ୍ଇଡି ଟିଭି ଲଗାଯାଇଛି । ଏହି କାର୍ୟ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ପୁରୀ ସାଂସଦ ପିନାକୀ ମିଶ୍ର, ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ପ୍ରମୁଖ କାର୍ୟ୍ୟକ୍ରମରେ ସାମିଲ ହେବେ ।