ବାଇଶି ପାହାଚର ପ୍ରଥମ ଦେବତା କିଏ ?

ବାଇଶି ପାହାଚର ପ୍ରଥମ ଦେବତା କିଏ ?

ଶ୍ରୀକ୍ଷେତ୍ରର ଐତିହ୍ୟ, ପରମ୍ପରା ଓ ଧାର୍ମିକ ବିଶ୍ୱାସରେ ବାଇଶି ପାହାଚର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଇଠି ଅଛି ବ୍ରହ୍ମଲୋକ, ପିତୃଲୋକ, ଧ୍ରୁବଲୋକ ଓ ଅଷ୍ଟ ବୈକୁଣ୍ଠ । ଏଠାରେ ପିଣ୍ଡଦାନ, ଅନୁଦାନ, ବସ୍ତ୍ରଦାନ କଲେ ମହାପୂଣ୍ୟ ହୁଏ ବୋଲି ବିଶ୍ୱାସ ରହିଛି । ରଥକୁ ପହଣ୍ଡି ହୋଇ ଆସିବା ସମୟରେ ମହାପ୍ରଭୁ ଏହି ପାହାଚ ଅତିକ୍ରମ କରିଆସନ୍ତି । କାଶୀ ବିଶ୍ୱନାଥ ହେଉଛନ୍ତି ବାଇଶି ପାହାଚର ପ୍ରଥମ ଦେବତା । ବାଇଶି ପାହାଚର ପ୍ରଥମ ପାହାଚର ବାମ ପାର୍ଶ୍ୱରେ ଏହି ମନ୍ଦିର ଅବସ୍ଥିତ । ଭକ୍ତମାନେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ବାଇଶି ପାହାଚରେ କିଛି ସମୟ ବସନ୍ତି । ବିଳମ୍ବରେ ସନ୍ତାନ ପାଇଥିବା ଦମ୍ପତି ସେମାନଙ୍କ ଛୋଟ ପିଲାଙ୍କୁ ପ୍ରଭୁଙ୍କ ଆଶୀର୍ବାଦ ପାଇବା ନିମନ୍ତେ ସେଠି ଗଡ଼ାଇ ଦିଅନ୍ତି । ପଂଚରସ, ଅଷ୍ଟତାତ୍ୱିକ ଭାବ, ତ୍ରିବୀଜ, ତ୍ରିଶକ୍ତି, ତ୍ରିଗୁଣର ସମାହାର ହେଉଛି ବାଇଶି ପାହାଚ ।