ପାଦକୁ ସୁନ୍ଦର କରେ ‘ଫିସ୍‌ ପେଡିକିୟୋର’

ପାଦକୁ ସୁନ୍ଦର କରେ ‘ଫିସ୍‌ ପେଡିକିୟୋର’

 

ଫଟା ଗୋଇଠି, ପାଦ ନଖକୁ ସୁନ୍ଦର ତଥା ଏହାର ତ୍ୱଚାକୁ କୋମଳ ରଖିବା ପାଇଁ ମହିଳାମାନେ ପେଡିକିୟୋରକୁ ଗୁରୁତ୍ୱ ଦେଉଛନ୍ତି । ତେବେ ଏଥିରେ ଯୋଡ଼ି ହୋଇଛି ‘ଫିସ୍‌ ପେଡିକିୟୋର’ ।  

ୱାଟର ଟ୍ୟାଙ୍କ ଭିତରେ ଛୋଟ ଛୋଟ ଜୀବନ୍ତ ମାଛକୁ ଛଡ଼ାଯାଏ । ଏହି ମାଛ ‘ଗାରା ରୁଫା’ ବା ‘ଡକ୍ଟର ମାଛ' ଭାବେ ପରିଚିତ । ପାଣି ଭିତରେ ଦୁଇ ପାଦକୁ ବୁଡ଼ାଇ କିଛି ସମୟ ରଖାଯାଏ । ପାଣି ଭିତରେ ଥିବା ମାଛ ପାଦ ସଂସ୍ପର୍ଶରେ ଆସିବା ଦ୍ୱାରା ପାଦର ଗୋଇଠି, ତ୍ୱଚା ତଥା ମୃତ କୋଷିକାକୁ ନଷ୍ଟ କରି ପାଦକୁ ସଫା, ସୁନ୍ଦର ଓ କୋମଳ କରନ୍ତି ।

ପେଡିକିୟୋରରେ ମାଛକୁ ସାମିଲ କରାଯାଉଥିଲେ ହେଁ କୌଣସି ଯନ୍ତ୍ରଣା ହୋଇନଥାଏ । ପାଦର ଥକ୍କାପଣ ଦୂର ହୁଏ ଓ ଆରାମ ଲାଗେ ।