ଏମିତି ଚମକନ୍ତୁ ଚେହେରା

ଏମିତି ଚମକନ୍ତୁ ଚେହେରା

କିଛି ଘରୋଇ ଉପଚାର ଦ୍ୱାରା ତ୍ୱଚା ଉଜ୍ଜ୍ୱଳ ହୋଇପାରିବ ।

ପାଣିକୁ ଭଲଭାବେ ଫୁଟାଇ ସେଥିରେ ୨ ଛୋଟ ଚାମଚ ଡାଳଚିନି ପାଉଡ଼ର ପକାଇ ଦିଅନ୍ତୁ । ପାଣି ଥଣ୍ଡା ହେବା ପରେ ଏହାକୁ ଛାଣି ପିଅନ୍ତୁ । ଫଳରେ ରକ୍ତ ସଞ୍ଚାଳନ ଭଲ ହେବା ସହ ତ୍ୱଚାରେ ଚମକ ଆସିଥାଏ ।

ସକାଳୁ ଉଠି କମଳା ରସ ପିଇଲେ ଚେହେରାରେ ଥିବା ଦାଗ ସମ୍ପୂର୍ଣ୍ଣ ଦୂର ହୋଇଯିବ । ଏଥିରେ ଭିଟାମିନ ସି ଓ ଆଣ୍ଟି ଆକ୍ସିଡାଣ୍ଟ ଭରପୂର ମାତ୍ରାରେ ଥିବାରୁ ତ୍ୱଚା କୋମଳ ରହେ । 

ସବୁଦିନ ସକାଳେ ଉଷୁମ ପାଣିରେ ମହୁ ମିଶାଇ ପିଇବା ଦ୍ୱାରା ତ୍ୱଚାର ଚମକ ମଧ୍ୟ ବଢେ଼ ।

ପୋଦିନା ରସ ସକାଳେ ପିଇବା ସହ ତ୍ୱଚାରେ ମଧ୍ୟ ଲଗାଇ ପାରିବେ । ପୋଦିନା ରସ ପିଇଲେ ପେଟ ସମସ୍ୟା ଦୂର ହୁଏ ।