ଗାଁରେ କୁକୁଡ଼ା ପାଳିବା ମନା

ଗାଁରେ କୁକୁଡ଼ା ପାଳିବା ମନା

ସବୁ ଗ୍ରାମର ନିଜସ୍ୱ ପରମ୍ପରା ଓ ସଂସ୍କୃତି ଆଦି ରହିଛି । ଏମିତି ଏକ ଗାଁ ଅଛି ଯେଉଁଠାରେ ଲୋକମାନେ କୁକୁଡ଼ା ପାଳନ କରନ୍ତିନି କି ଖଟରେ ଶୁଅନ୍ତି ନାହିଁ । କର୍ଣ୍ଣାଟକରେ ରହିଛି ମଇଲାପୁର ନାମକ ଏକ ଗାଁ । ଗାଁର ଆରାଧ୍ୟ ଦେବତା ହେଉଛନ୍ତି ମଲ୍ଲୟା । ଏହି ଦେବତା ନିଦପ୍ରିୟ । ତେଣୁ ତାଙ୍କ ନିଦ୍ରାରେ ବ୍ୟାଘାତ ନହେବା ପାଇଁ କେହି ବି କୁକୁଡ଼ା ପାଳନ୍ତି ନାହିଁ । କେବଳ ସେତିକି ନୁହେଁ ଏହି ଗ୍ରାମରେ କେହି ମଧ୍ୟ ଖଟରେ ଶୁଅନ୍ତି ନାହିଁ । କାରଣ ପରମ୍ପରା ଅନୁଯାୟୀ, ମଲ୍ଲୟା ଭଗବାନ ଏବଂ ତାଙ୍କ ପତ୍ନୀ ତୁରଙ୍ଗା ଦେବୀ ଖଟରେ ବିରାଜମାନ କରିଥାନ୍ତି । ସର୍ବଦା ଭକ୍ତଙ୍କୁ ଆଶୀର୍ବାଦ ଦେଇଥାନ୍ତି । ତେଣୁ ଭଗବାନଙ୍କ ସମ୍ମାନାର୍ଥେ ସମସ୍ତେ ଚଟାଣରେ ଶୁଅନ୍ତି ।