ଜାଣନ୍ତୁ କାହିଁକି ହୁଏ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା

ଜାଣନ୍ତୁ କାହିଁକି ହୁଏ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା

ଆର୍ଥ୍ରାଇଟିସ୍ କାରଣରୁ ଗଣ୍ଠିରେ ଯନ୍ତ୍ରଣା ହୁଏ। ଉଭୟ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ଏହି ସମସ୍ୟା ଦେଖାଯାଏ। କିନ୍ତୁ ମହିଳାମାନେ ପୁରୁଷଙ୍କ ତୁଳନାରେ ଏହି ରୋଗରେ ଅଧିକ ଆକ୍ରାନ୍ତ ହୋଇଥାନ୍ତି। ତେବେ ଏହାର କାରଣ କ'ଣ, କାହିଁକି ମହିଳାମାନେ ଅଧିକ ଆଣ୍ଠୁଗଣ୍ଠି ସମସ୍ୟାର ସମ୍ମୁଖୀନ ହୁଅନ୍ତି, ଜାଣନ୍ତୁ... 

 

ମହିଳାମାନଙ୍କଠାରେ ଆର୍ଥ୍ରାଇଟିସ୍ କାହିଁକି ହୁଏ?

ବିଶେଷଜ୍ଞଙ୍କ ଅନୁଯାୟୀ, ଆର୍ଥ୍ରାଇଟିସ୍ ଗଣ୍ଠିରେ ଫୁଲା ଏବଂ ଯନ୍ତ୍ରଣା ସୃଷ୍ଟି କରେ। ଏହାର ସବୁଠାରୁ ବଡ କାରଣ ହେଉଛି ବୟସ ବୃଦ୍ଧି। 100 ରୁ ଅଧିକ ବିଭିନ୍ନ ପ୍ରକାରର ଆର୍ଥ୍ରାଇଟିସ୍ ରୋଗ ରହିଛି। ଏହି ପ୍ରକାରର ନିଜସ୍ୱ ବିପଦ କାରଣ ଏବଂ ଲକ୍ଷଣ ଥାଇପାରେ। ମହିଳାମାନେ ଅଷ୍ଟିଓଆର୍ଥ୍ରାଇଟିସ୍ ଏବଂ ରିମାଟଏଡ୍ ଆର୍ଥ୍ରାଇଟିସ୍ ଦ୍ୱାରା ଅଧିକ ପ୍ରଭାବିତ ହୁଅନ୍ତି। 

ମହିଳାମାନଙ୍କଠାରେ ଆର୍ଥ୍ରାଇଟିସ୍ ବୃଦ୍ଧି ହେବାର 5 ଟି କାରଣ କଣ 

ହରମନରେ ପରିବର୍ତ୍ତନ

ଆର୍ଥ୍ରାଇଟିସ୍ ରୋଗରେ ହରମନ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଇଷ୍ଟ୍ରୋଜେନ୍ ପ୍ରଦାହକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ମେନୋପାଜ୍ ପରେ ମହିଳାମାନଙ୍କ ଶରୀରରେ ଇଷ୍ଟୋଜେନ୍ ହରମନ୍ ସ୍ତର ହ୍ରାସପାଏ। ଫଳରେ ଆର୍ଥ୍ରାଇଟିସ୍ ବା ଆଣ୍ଠୁଗଣ୍ଠି ସମସ୍ୟା ଦେଖାଦିଏ। 

ମେଦବହୁଳତା

ଡାକ୍ତରଙ୍କ କହିବାନୁସାରେ, ମେଦବହୁଳତା ଆର୍ଥ୍ରାଇଟିସର ଆଉ ଏକ ମୁଖ୍ୟ କାରଣ। ଏହି କାରଣରୁ ଉଭୟ ପୁରୁଷ ଓ ମହିଳା ଆଣ୍ଠୁଗଣ୍ଠି ସମସ୍ୟାର ସମ୍ମୁଖୀନ ହୁଅନ୍ତି। କିନ୍ତୁ ପ୍ରାପ୍ତ ବୟସରେ ପୁରୁଷଙ୍କ ଅପେକ୍ଷା ଅଧିକାଂଶ ମହିଳାମାନଙ୍କଠାରେ ମୋଟାପଣ ଅଧିକ ଦେଖାଯାଏ। ଅତିରିକ୍ତ ଓଜନ ଗଣ୍ଠି ଉପରେ ଚାପ ପକାଇଥାଏ, ଯେଉଁ କାରଣରୁ କାର୍ଟିଲେଜ୍ ନଷ୍ଟ ହୋଇଯାଏ। ଫଳରେ ମହିଳାମାନଙ୍କର ଆର୍ଥ୍ରାଇଟିସ୍ ହେବାର ଆଶଙ୍କା ବଢିଯାଏ।

ଆକ୍ରମଣାତ୍ମକ ପ୍ରତିରକ୍ଷା ପ୍ରଣାଳୀ

ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଅଧିକ ଆକ୍ରମଣାତ୍ମକ ପ୍ରତିରକ୍ଷା ପ୍ରଣାଳୀ କାରଣରୁ ମହିଳାମାନଙ୍କଠାରେ ରିମାଟଏଡ୍ ଆର୍ଥ୍ରାଇଟିସ୍ ହେବାର ଆଶଙ୍କା ଥାଏ। ମହିଳାମାନେ ପୁରୁଷଙ୍କ ଅପେକ୍ଷା ରିମାଟଏଡ୍ ଆର୍ଥ୍ରାଇଟିସରେ ପୀଡିତ ହେବାର ସମ୍ଭାବନା ଅଧିକ ଥାଏ। ଏହା ଅଷ୍ଟିଓଆର୍ଥ୍ରାଇଟିସ୍ ପରି ଅନେକ ଯନ୍ତ୍ରଣା ଦେଇଥାଏ।