ମନ୍ତ୍ରୀମାନଙ୍କୁ ଚିଠି ଲେଖିଲେ ନବୀନ, ମାଗିଲେ ରିପୋର୍ଟକାର୍ଡ
ଭୁବନେଶ୍ବର: ଆସନ୍ତା ମେ ୨୯ ତାରିଖରେ ନବୀନ ସରକାରଙ୍କ ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂର୍ତ୍ତି ହୋଇଯିବ। ଆସନ୍ତା ମେରୁ ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗର ସମୀକ୍ଷା କରିବେ।ସବୁ ମନ୍ତ୍ରୀ ନିଜ ବିଭାଗର ପାଞ୍ଚ ପ୍ରମୁଖ କାର୍ୟ୍ୟାବଳୀର ବିବରଣୀ ପ୍ରଧାନ କରିବେ।
ମୁଖ୍ୟମନ୍ତ୍ରୀ ରାଜ୍ୟର ମନ୍ତ୍ରୀମାନଙ୍କୁ ଚିଠି ଜରିଆରେ କହିଛନ୍ତି, ‘ଆସନ୍ତା ମେ ୨୯ ତାରିଖରେ ରାଜ୍ୟ ଶାସନ ଭାର ଗ୍ରହଣ କରିବାର ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂରି ଯିବାକୁ ଯାଉଛି। ଏହା ସଭିଙ୍କ ପାଇଁ ଖୁବ୍ ଅନନ୍ଦର କଥା ଓ ଏଥିପାଇଁ ମୁଁ ସଭିଙ୍କୁ ଶୁଭେଚ୍ଛା ଜଣାଉଛି । ରାଜ୍ୟବାସୀଙ୍କୁ ଆମେ ଦେଇଥିବା ପ୍ରତିବଦ୍ଧତା ବିଷୟରେ ପୁଣି ଥରେ ମନେ ପକାଇ ଦେଉଛି।
୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଆମେ ଦଳର ନିର୍ବାଚନ ଇସ୍ତାହାର ରାଜ୍ୟବାସୀଙ୍କ ସମ୍ମୁଖରେ ରଖିଥିଲେ। ୨୦୨୦ ମସିହାଠାରୁ ନିରନ୍ତର କାର୍ୟ୍ୟ କରି ରାଜ୍ୟବାସୀଙ୍କ ବିଶ୍ବାସଭାଜନ ହୋଇପାରିଛେ। ଖୁବ୍ ଶୀଘ୍ର ଆମେ ୪ ବର୍ଷ ପୂରଣ କରିବାକୁ ଯାଉଛେ। ରାଜ୍ୟବାସୀଙ୍କ କଲ୍ୟାଣ ସକାଶେ ଅନେକଗୁଡ଼ିଏ ଗୁରୁତ୍ବପୂର୍ଣ୍ଣ ପ୍ରତିଶ୍ରୁତିକୁ ପୂରା କରି ‘ଆମେ କଥାରେ ନୁହେଁ, କାମରେ ବିଶ୍ବାସ କରନ୍ତି’ ବୋଲି ପ୍ରମାଣ କରିଛେ।ଦ୍ଭଚଳିତବର୍ଷ ମେ ୨୨ ତାରିଖରୁ ଆପଣଙ୍କ ଦାୟିତ୍ବରେ ରହିଥିବା ବିଭାଗଗୁଡ଼ିକ ସମୀକ୍ଷା ବିଭାଗୀୟ ସଚିବମାନଙ୍କ ଉପସ୍ଥିତରେ କରିବି। ପ୍ରତ୍ୟେ ବିଭାଗର ୫ଟି ପ୍ରମୁଖ କାର୍ୟ୍ୟକ୍ରମର ସଫଳତା ବିଷୟରେ ମୋତେ ଅବଗତ କରାଇବେ।’ସରକାର ୪ର୍ଥ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ହେବାକୁ ଥିବା ମନ୍ତ୍ରୀ ପରିଷଦ ବୈଠକରେ ହାସଲ କରିଥିବା ସଫଳତାକୁ ରାଜ୍ୟର ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପନ କରିବେ। ଏହା ପୂର୍ବରୁ ବିଭାଗୀୟ ଅଧିକାରୀମାନଙ୍କ ବୈଠକ ଡକାଇ ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ଚିଠିଲେ ଉଲ୍ଲେଖ କରିଛନ୍ତି।




admin 