ଘରେ କରନ୍ତୁ ରେଷ୍ଟୁରାଣ୍ଟ ଷ୍ଟାଇଲର ମଲାଇ ମସରୁମ ମସାଲା

ଘରେ କରନ୍ତୁ ରେଷ୍ଟୁରାଣ୍ଟ ଷ୍ଟାଇଲର ମଲାଇ ମସରୁମ ମସାଲା

ଆବଶ୍ୟକ ସାମଗ୍ରୀ: ମସରୁମ, ରିଫାଇନ ତେଲ, ଜିରା,ଗୁଜରାତି, ଡାଲିଚିନି, ପିଆଜ, ଅଦା, ରସୁଣ, କଞ୍ଚାଲଙ୍କା, ଲୁଣ, ହଳଦି, ଲଙ୍କା ଗୁଣ୍ଡ, ଜିରା ଓ ଧନିଆ ଗୁଣ୍ଡ, ଟମାଟୋ, କାଜୁ, ଫ୍ରେଶ୍‌ ମଲାଇ, କସ୍ତୁରୀ ମେଥି, ଧନିଆ ପତ୍ର

ପ୍ରସ୍ତୁତି ପ୍ରଣାଳୀ: ଏକ ପ୍ୟାନ୍‌ରେ ରିଫାଇନ ତେଲ ଗରମ କରି ଜିରା ପକାନ୍ତୁ। ଏହାପରେ ସେଥିରେ ଗୁଜରାତି, ଡାଲିଚିନି ପକାଇ ପିଆଜ ପକାନ୍ତୁ। ପିଆଜ ଗୋଲଡେନ ଫ୍ରାଏ ହେବା ପରେ ସେଥିରେ ଅଦା ରସୁଣ ଓ କଞ୍ଚାଲଙ୍କା ପେଷ୍ଟ ପକାନ୍ତୁ। ଏହାକୁ ଭଲ ଭାବେ କଷନ୍ତୁ।

ଏହାପରେ ସେଥିରେ ଲୁଣ, ହଳଦି, ଲଙ୍କା ଗୁଣ୍ଡ, ଜିରା ଓ ଧନିଆ ଗୁଣ୍ଡ ପକାନ୍ତୁ। ଅଳ୍ପ ପାଣି ଦେଇ ମସଲାକୁ ଭଲ ଭାବେ ଘାଣ୍ଟନ୍ତୁ। ଏହାପରେ ସେଥିରେ ଟମାଟୋ କଟା ପକାନ୍ତୁ। ସେଥିରେ ଲୁଣ ପକାଇ ଘୋଡ଼ାଇ ଦିଅନ୍ତୁ।

ଟମାଟୋ ଭଲ ଭାବେ ସିଝିଯିବା ପରେ ଗ୍ୟାସ୍‌କୁ ସ୍ଲୋ କରି ସେଥିରେ ଦହି ପକାଇ ଫେଣ୍ଟନ୍ତୁ। ଦହି ଭଲ ଭାବେ ମିଶିଯିବା ପରେ ସେଥିରେ କାଜୁ ପେଷ୍ଟ ଓ ଫ୍ରେଶ୍‌ ମଲାଇ ପକାନ୍ତୁ। ଏହା ଭଲ ଭାବେ କଷି ଯିବା ପରେ ମସରୁମ୍‌କୁ ପକାଇ ଭଲ ଭାବେ ଘାଣ୍ଟନ୍ତୁ। ସେଥିରେ ଆବଶ୍ୟକ ଅନୁଯାୟୀ ଲୁଣ ପକାଇ ଗ୍ୟାସ୍‌କୁ ସିମ୍‌ କରି ଦିଅନ୍ତୁ।

ପ୍ରାୟ ୧୦ ମିନିଟ୍‌ ପରେ ଢାଙ୍କୁଣି କାଢ଼ି ତାହାକୁ ଗୋଳାଇ ଦିଅନ୍ତୁ। ଏହାପରେ ସେଥିରେ କସ୍ତୁରୀ ମେଥି, ଧନିଆ ପତ୍ର, ପକାଇ ପ୍ଲେଟରେ ସର୍ଭ କରନ୍ତୁ ମସରୁମ୍‌ ମସାଲା । ଗରମାଗରମ ରୁଟଇ ସହ ଏହାର ମଜା ନିଅନ୍ତୁ।