ଚମତ୍କାର ବିଜୟ ପାଇଁ ଟିମ୍ ଇଣ୍ଡିଆକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
ନୂଆଦିଲ୍ଲୀ : ଆଇସିସି ବିଶ୍ବକପ୍ କ୍ରିକେଟରେ ଶ୍ରୀଲଙ୍କା ବିପକ୍ଷରେ ଭାରତର ଚମତ୍କାର ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି, ‘ଶ୍ରୀଲଙ୍କା ବିପକ୍ଷରେ ଏକ ଜବରଦସ୍ତ ବିଜୟ ପାଇଁ ଭାରତୀୟ ଦଳକୁ ଅଭିନନ୍ଦନ । ଶ୍ରୀଲଙ୍କା ବିପକ୍ଷରେ ବିଜୟ ଏକ ଦଳଗତ କାର୍ୟ୍ୟ ଏବଂ ଦୃଢତାର ସହ ପ୍ରଦର୍ଶନ ଥିଲା’ ବୋଲି ଶ୍ରୀ ମୋଦୀ କହିଛନ୍ତି।
ବିଶ୍ୱକପ୍ରେ ଟିମ୍ ଇଣ୍ଡିଆ ଅପରାଜେୟ ଓ ତାକୁ ଅଟକାଇବା ସହଜ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।




admin 