ଥରୁଟିଏ ସୁଯୋଗ ଦେଲେ ଓଡିଶାକୁ ଏକ ବିକଶିତ ରାଜ୍ୟ ଭାବେ ଗଢି ତୋଳିବୁ : ମନମୋହନ ସାମଲ

ଥରୁଟିଏ ସୁଯୋଗ ଦେଲେ ଓଡିଶାକୁ ଏକ ବିକଶିତ ରାଜ୍ୟ ଭାବେ ଗଢି ତୋଳିବୁ : ମନମୋହନ ସାମଲ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟୀ ହେଉଛି ଆଭ୍ୟନ୍ତରୀଣ ଗଣତାନ୍ତ୍ରୀକ ଏବଂ କ୍ୟାଡର ଭିତ୍ତିକ ରାଜନୈତିକ ଦଳ। ଏହି ଦଳକୁ ଗଢି ତୋଳିବା ପାଇଁ କୋଟି କୋଟି କାର୍ୟ୍ୟକର୍ତାଙ୍କ ଅବଦାନ ଓ ବଳିଦାନ ଚିରସ୍ମରଣୀୟ ବୋଲି  ନବନିଯୁକ୍ତ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି। ସେ କହିଛନ୍ତି, ସାମୁହିକ ନେତୃତ୍ୱ, ଜନ ବିଶ୍ୱାସ, କାର୍ୟ୍ୟକର୍ତ୍ତାଙ୍କ କଠିନ ପରିଶ୍ରମ ଆଧାର ହେଉଛି ଦଳର ମୁଳମନ୍ତ୍ର। ଏହାକୁ ଆଧାର କରି ବିଜେପି ଲୋକଙ୍କ ସେବା କାର୍ୟ୍ୟ କରୁଛି ଏବଂ ଓଡିଶାବାସୀଙ୍କୁ ଏକ ନିର୍ମଳ, ସ୍ୱଚ୍ଛ ଶାସନ ଦେବା ପାଇଁ ପ୍ରସ୍ତୁତ ରହିଛି। ବିଶ୍ୱାସଭାଜନ ହୋଇପାରିଛି । ଥରୁଟିଏ ସୁଯୋଗ ଦେଲେ ୫ ବର୍ଷ ଭିତରେ ଅପାର ସମ୍ଭାବନା ଥିବା ଓଡିଶାକୁ ଏକ ବିକଶିତ ରାଜ୍ୟ ଭାବେ ଗଢି ତୋଳିବୁ।

ରବିବାର ରାଜ୍ୟ କାର୍ୟ୍ୟାଳୟଠାରେ ଅନୁଷ୍ଠିତ ସ୍ୱାଗତ ଓ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇ ଶ୍ରୀ ସାମଲ କହିଛନ୍ତି ଯେ, କଂଗ୍ରେସ ଦଳର ଅନ୍ୟାୟ, ଅତ୍ୟାଚାର, ଦୁର୍ନୀତି ବିରୁଦ୍ଧରେ ଲଢିବାକୁ ଯାଇ ବିଜୁ ଜନତା ଦଳର ପ୍ରତିଷ୍ଠା ହୋଇଥିଲା। ଆଜି ତାଠୁ ବହୁ ଅଧିକ ଗୁଣା ଭୟାନକ ଓ ବିସ୍ପୋରକ ସ୍ଥିତି ବିଜେଡି ଶାସନରେ ଦେଖାଯାଇଛି। ବିଜେଡି କଂଗ୍ରେସ ଦଳକୁ ବଳିଗଲାଣି । ଓଡିଶାରେ ସବୁକିଛି ଥାଇ ସୁଦ୍ଧା ଓଡିଆ ଆଜି ଗରୀବ। ଶାସନ ବ୍ୟବସ୍ଥା ସ୍ଥାଣୁ ପାଲଟିଯାଇଛି । ଗଣତନ୍ତ୍ର ବିପଦରେ । ବର୍ତମାନ ବିଜେଡି ସରକାରକୁ ତଡିବାର ସମୟ ଆସିଯାଇଛି ବୋଲି ମନମୋହନ କହିଛନ୍ତି।