ବେଶ୍ ଉପକାରୀ ଲେମ୍ବୁ ଚୋପା
ଆପଣ ଜାଣନ୍ତି ଲେମ୍ବୁଠାରୁ ଲେମ୍ବୁ ଚୋପା ବେଶ୍ ଉପକାରୀ । ଶୁଣିବାକୁ ଅଜବ ଲାଗୁଥିଲେ ବି ଏହା ଠିକ୍ । ରିପୋର୍ଟ ଅନୁସାରେ ୬ ଗ୍ରାମ ଲେମ୍ବୁ ଚୋପାରେ ୩ ଗ୍ରାମ କ୍ୟାଲୋରୀ, ୧ ଗ୍ରାମ କାର୍ବୋହାଇଡ୍ରେଟ୍, ୧ ଗ୍ରାମ ଫାଇବର ଏବଂ ୯ ପ୍ରତିଶତ ଭିଟାମିନ୍ ସି ରହିଥାଏ । ଏଥିସହ ଅଳ୍ପ ପରିମାଣର କ୍ୟାଲସିୟମ୍, ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍ ମଧ୍ୟ ରହିଛି । ଏହି ଚୋପାରେ ଥିବା ଡି-ଲିମୋନିନ୍ ନାମକ ପଦାର୍ଥ ହୃଦ୍ ରୋଗ ଏବଂ ଟାଇପ୍-୨ ମଧୁମେହକୁ ହ୍ରାସ କରିପାରେ । ଲେମ୍ବୁ ଚୋପା ଓଜନ ହ୍ରାସ କରିବା ସହ BP ନିୟନ୍ତ୍ରଣ ମଧ୍ୟ କରିଥାଏ । ଅନେକ ସମୟରେ ଦେଖିଥିବେ ଅନେକ ଲୋକ କେବଳ ଲେମ୍ବୁ ଚୋପାକୁ ଶୁଙ୍ଘି ଚାପରୁ ମୁକ୍ତି ପାଇଥାନ୍ତି । ବଡ଼ କଥା ହେଉଛି ଲେମ୍ବୁ ଚୋପାରେ ଥିବା ଡି-ଲିମୋନିନ୍ ମଧ୍ୟ ପେଟ କର୍କଟରୁ ମୁକ୍ତି ଦେଇଥାଏ ।