ସଂସଦ ଭବନ ଗ୍ୟାସ୍ କାଣ୍ଡର ମାଷ୍ଟରମାଇଣ୍ଡ ଗିରଫ

ସଂସଦ ଭବନ ଗ୍ୟାସ୍ କାଣ୍ଡର ମାଷ୍ଟରମାଇଣ୍ଡ ଗିରଫ

ନୂଆଦିଲ୍ଲୀ:  ସଂସଦ ଭବନ ଗ୍ୟାସ୍ କାଣ୍ଡର ମାଷ୍ଟରମାଇଣ୍ଡ ଲଳିତ ଝା ଗିରଫ । ସଂସଦରେ ସୁରକ୍ଷା ତ୍ରୁଟି ମାମଲାରେ ଅନ୍ୟତମ ଅଭିଯୁକ୍ତ ତଥା ପୂରା ପ୍ଲାନିଂର ମାଷ୍ଟରମାଇଣ୍ଡ କୁହାଯାଉଥିବା ଲଳିତ ଝାଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ ।ଦିଲ୍ଲୀ ପୁଲିସ୍‌ର ତନାଘନା ପରେ ଲଳିତ ଝା ନିଜ ଆଡ଼ୁ ଦିଲ୍ଲୀର କର୍ତ୍ତବ୍ୟପଥ ଥାନାରେ ଆତ୍ମସମର୍ପଣ କରିଥିଲେ। ଆତ୍ମସମର୍ପଣ ପରେ ଲଳିତଙ୍କୁ ଗିରଫ କରିଛି ପୁଲିସ୍ । ଏହାପରେ ତାକୁ ପଚରାଉଚରା ଚାଲିଥିବା ସୂଚନା ମିଳିଛି।ସଂସଦ ଭିତରେ ଗ୍ୟାସ୍‌ ସ୍ପ୍ରେ ଘଟଣା ପରଠୁ ଫେରାର୍ ଥିଲେ ଲଳିତ ଝା । ତାଙ୍କୁ ଧରିବା ପାଇଁ ବ୍ୟାପକ ଖୋଳତାଡ଼ ଚଲାଇଥିଲା ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍ । ତାଙ୍କ ବିରୋଧରେ ଟଇଚଇ ଆକ୍ଟରେ ମାମଲା ରୁଜୁ ହୋଇଥିବା ବେଳେ, ସେ ହିଁ ୨୦୦୧ ପାର୍ଲାମେଣ୍ଟ ଆଟାକ୍ ବର୍ଷ ପୂର୍ତ୍ତିରେ ଏଭଳି କାଣ୍ଡ ଭିଆଇବାକୁ ଯୋଜନା କରିଥିଲା ବୋଲି କୁହାଯାଉଛି।
ଖାଲି ଏତିକି ନୁହେଁ ସଂସଦ ଭବନ ପରିସରରୁ ଧରାପଡ଼ିଥିବା ମୋଟ ୪ ଅଭିଯୁକ୍ତଙ୍କ ଫୋନ୍ ମଧ୍ୟ ସେ ନିଜ ପାଖରେ ରଖିଥିଲେ । ସେଥିରୁ ସେ ସମସ୍ତ ତଥ୍ୟ ନଷ୍ଟ କରିଦେଇଥିବା ଆଶଙ୍କା କରାଯାଉଛି । ଲଳିତ ଝା ହିଁ ଅନ୍ୟ ୫ ସହଯୋଗୀଙ୍କୁ ଭେଟିବା ପାଇଁ ଗୁରୁଗ୍ରାମ ଡକାଇଥିଲେ ।