ଷ୍ଟୋନ୍ କେବଳ କିଡନୀ ନୁହେଁ , ଅନ୍ୟ ଅଙ୍ଗ ପ୍ରତ୍ୟଙ୍ଗରେ ହୋଇପାରେ! ସତର୍କ

ଷ୍ଟୋନ୍ କେବଳ କିଡନୀ ନୁହେଁ , ଅନ୍ୟ ଅଙ୍ଗ ପ୍ରତ୍ୟଙ୍ଗରେ ହୋଇପାରେ! ସତର୍କ

ଆପଣ ଜାଣନ୍ତି ଷ୍ଟୋନ୍ ସମସ୍ୟା କେବଳ ଶରୀରର ଗୋଟିଏ ଅଙ୍ଗ କିଡନୀ ନୁହେଁ ଅନେକ ଅଙ୍ଗରେ  ହୋଇପାରେ। କିନ୍ତୁ ଲୋକଙ୍କର ଏକ ଧାରଣା ରହିଛି ଯେ, କିଡନୀରେ ହିଁ କେବଳ ଷ୍ଟୋନ୍ ହୋଇଥାଏ। ତେବେ କେଉଁ ସବୁ ଅନ୍ୟ ଅଙ୍ଗରେ ପଥର ବା ଷ୍ଟୋନ୍ ହୋଇପାରେ ଏବଂ ଏହାର ଲକ୍ଷଣ କିପରି ଜାଣିବେ ଜାଣନ୍ତୁ... 

ଗଲ୍ ଷ୍ଟୋନ୍: କିଡନୀ ବ୍ୟତୀତ ପଥର ଗଠନର ସମସ୍ୟା ମଧ୍ୟ ଗଲ୍ ବ୍ଲାଡର ଅର୍ଥାତ୍ ପିତ୍ତନଳୀରେ ଦେଖାଯାଏ। ଏହି ରୋଗ ହେଲେ ପେଟର ଉପର ଭାଗରେ ପ୍ରବଳ ଯନ୍ତ୍ରଣା ହୋଇଥାଏ।

ବ୍ଲାଡର ଷ୍ଟୋନ୍: ଏହି ପଥରଗୁଡିକ ସ୍ଫଟିକ୍ ଖଣିଜ ପଦାର୍ଥ, ଯାହା ମୂତ୍ରାଶୟରେ ସୃଷ୍ଟି ହୁଏ। ଏହି ରୋଗ ହେଲେ ତଳ ପେଟରେ ପ୍ରବଳ ଯନ୍ତ୍ରଣା, ବାରମ୍ବାର ପରିସ୍ରା ଲାଗିବା ଏବଂ ପରିସ୍ରାରେ ରକ୍ତ ପଡିବା ଭଳି ସମସ୍ୟା ଦେଖାଯାଏ।

ସାଲିଭାରି ଗ୍ଲାଣ୍ଡ ଷ୍ଟୋନ୍: ସାଲିଭାରି ଗ୍ଲାଣ୍ଡ ଷ୍ଟୋନକୁ ହିନ୍ଦିରେ ଲାର୍ ଗ୍ରନ୍ଥି ପଥର କୁହାଯାଏ। ବେଳେ ବେଳେ ଏହି ଗ୍ରନ୍ଥିରେ ମଧ୍ୟ ପଥର ସମସ୍ୟା ଦେଖାଯାଏ। 

ୟୁରେଟେରାଲ୍ ଷ୍ଟୋନ୍: ମୂତ୍ରବାହିନୀରେ ମଧ୍ୟ ପଥର ସମସ୍ୟା ଦେଖାଯାଏ। ଏହି ପଥରଗୁଡ଼ିକ କିଡନୀକୁ ବ୍ଲାଡର ସହିତ ସଂଯୋଗ କରୁଥିବା ଟ୍ୟୁବରେ ସୃଷ୍ଟି ହୁଏ। ମୂତ୍ରାଶୟରେ ପଥର ଗଠନ ହେତୁ ତଳ ପିଠିରେ ପ୍ରବଳ ଯନ୍ତ୍ରଣା ହୁଏ ଏବଂ ବେଳେବେଳେ ପରିସ୍ରାରେ ରକ୍ତ ମଧ୍ୟ ଦେଖାଯାଏ।

ପ୍ରୋଷ୍ଟେଟ୍ ଷ୍ଟୋନ୍: ପ୍ରୋଷ୍ଟେଟ୍ ଗ୍ରନ୍ଥିରେ ପଥର ମଧ୍ୟ ସୃଷ୍ଟି ହୋଇପାରେ। ସାଧାରଣତଃ ଏହାର ଲକ୍ଷଣ ଶୀଘ୍ର ଦେଖାଯାଏ ନାହିଁ। 

ଟନସିଲ୍ ଷ୍ଟୋନ୍: ଟନସିଲରେ ସୃଷ୍ଟି ହେଉଥିବା ପଥରକୁ ଟନ୍ସିଲୋଲିଥ୍ ମଧ୍ୟ କୁହାଯାଏ | ଏହି ପଥରଗୁଡ଼ିକ ଟନସିଲର ନାଳରେ ସୃଷ୍ଟି ହୁଏ।