ରୋଜଗାର କରିବା ପରେ ମଧ୍ୟ ନିଅଣ୍ଟ ପଡୁଛି କି ? ଜାଣି ରଖନ୍ତୁ
ଯେତେ ଅଧିକ ରୋଜଗାର କରିବା ପରେ ମଧ୍ୟ ଅଭାବ ଦେଖାଯାଉଛି କି? ଅନେକଙ୍କର ପର୍ସରେ ପଇସା ରହିନଥାଏ ବା ଅଯଥାରେ ଅଧିକ ଖର୍ଚ୍ଚ ହୋଇଥାଏ । ଏପରି ସମସ୍ୟା ଥିଲେ ଧ୍ୟାନ ଦିଅନ୍ତୁ । ଜ୍ୟୋତିଷ ଶାସ୍ତ୍ରରେ ପର୍ସ ସହ ଜଡିତ କିଛି ଉପାୟ ରହିଛି ଯାହା ଦ୍ୱାରା ଟଙ୍କା ସଠିକ ଭାବେ ସଞ୍ଚୟ ହେବା ସହ ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଯିବ । ଅନେକ ଲୋକ ପର୍ସ ଫାଟିବା ପରେ ମଧ୍ୟ ସେହି ପର୍ସକୁ ବ୍ୟବହାର କରିଥାଆନ୍ତି । ମାତ୍ର ଫାଟି ଯାଇଥିବା ପର୍ସ ରଖିବା ଅଶୁଭ । ଏହା ଦ୍ୱାରା ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି । ତେଣୁ ସର୍ବଦା ସଫା ଓ ସଠିକ ପର୍ସ ବ୍ୟବହାର କରନ୍ତୁ । ପର୍ସ ଫାଟିବା ମାତ୍ରେ ତୁରନ୍ତ ପର୍ସ ବଦଳାଇ ଦିଅନ୍ତୁ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପର୍ସରେ ଅଦରକାରୀ କାଗଜପତ୍ର ଆଦୌ ରଖନ୍ତୁ ନାହିଁ ।କାରଣ ଏହା ଦ୍ୱାରା ପର୍ସରେ ଆଦୌ ଟଙ୍କା ରହିନଥାଏ । ଅଯଥାରେ ଖର୍ଚ୍ଚ ମଧ୍ୟ ହୋଇଥାଏ । ପର୍ସକୁ ସର୍ବଦା ପରିସ୍କାର ରଖନ୍ତୁ । ପର୍ସରେ ଚାଉଳ ରଖିବା ଦ୍ୱାରା ଅଯଥାରେ ଖର୍ଚ୍ଚ ହୋଇନଥାଏ । ଧନର ବୃଦ୍ଧି ଓ ପର୍ସରେ ସର୍ବଦା ଟଙ୍କା ରହିବା ପାଇଁ ଘରେ ମା’ଲକ୍ଷ୍ମୀଙ୍କ ଫଟୋ ସହ କୁବେରଙ୍କ ଫଟୋ ନିଶ୍ଚୟ ରଖନ୍ତୁ । ଏହାଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ । ସୁନା କିମ୍ବା ଚାନ୍ଦିର ଏକ ଟଙ୍କା ପର୍ସରେ ରଖିବା ଦ୍ୱାରା ଲାଭଦାୟକ ହୋଇଥାଏ । ମା’ଲକ୍ଷ୍ମୀଙ୍କ ନିକଟରେ ଏହାକୁ ପୂଜା କରି ପର୍ସରେ ରଖନ୍ତୁ ।




admin 