ଜାଣନ୍ତୁ, ନଖରେ ଧଳା ଦାଗ ରୋଗ କି ନୁହେଁ?
ଅନେକଙ୍କ ନଖର ଶେଷ ଭାଗରେ ବେଳେବେଳ ଧଳା ଅଂଶ ଦେଖିବାକୁ ମିଳିଥାଏ । ଯାହାକୁ ଲୁନୁଲା କୁହାଯାଏ । ଆପଣ ଜାଣନ୍ତି ଏହି ଧଳା ଦାଗ ପ୍ରାୟତଃ ପିଲାମାନଙ୍କଠାରେ ଦେଖାଯାଏ । ଏହାର ଦୁଇଟି ମୁଖ୍ୟ କାରଣ ହେଉଛି ଶରୀରରେ ପୋଷକ ତତ୍ତ୍ୱର ଅତ୍ୟଧିକ ଅଭାବ ଏବଂ ଦ୍ୱିତୀୟରେ ଶରୀରରେ ରକ୍ତ ପ୍ରୋଟିନ୍ ଅଭାବ । ନଖରେ ଏହି ଧଳା ଦାଗ ଅସ୍ଥାୟୀ । ଏହି ଧଳା ରଙ୍ଗର ଦାଗଗୁଡ଼ିକ ଦେଖାଯିବା ପରେ ଧୀରେ ଧୀରେ ଚାଲିଯାଏ । କାରଣ, ନଖ ଧୀରେ ଧୀରେ ବଢେ, ସେଥିପାଇଁ ନଖରେ ଥିବା ଏହି ଧଳା ଦାଗଗୁଡ଼ିକ ଅଦୃଶ୍ୟ ହୋଇଯାଏ । ନଖରେ ଥିବା ଏହି ଧଳା ଚିହ୍ନଗୁଡିକର ବୈଜ୍ଞାନିକ ନାମ ହେଉଛି "ଲ୍ୟୁକୋନିଚିଆ" ।
ଏହାର ମୁଖ୍ୟ କାରଣ ହେଉଛି ଶରୀରରେ ଖଣିଜ ପଦାର୍ଥର ଅଭାବ, କିନ୍ତୁ ଏହାକୁ ରୋଗର ଲକ୍ଷଣ ଭାବେ ବିବେଚନା କରାଯାଇଛି । ପ୍ରାୟତଃ କିଡନୀ ଫେଲ୍ , ହୃଦରୋଗ ,ନିମୋନିଆ, ଏକିଜମା, ଆର୍ସନିକ୍ ବିଷାକ୍ତ ରୋଗ ମଧ୍ୟ ନଖରେ ଧଳା ଦାଗ ସୃଷ୍ଟି କରିଥାଏ । ତେବେ ଏ ପର୍ଯ୍ୟନ୍ତ ଏଭଳି ମାମଲା କ୍ୱଚିତ୍ ଦେଖାଯାଇଛି ।




admin 