ଏହି କର୍ମର ଫଳ ନିଜ ଲୋକଙ୍କୁ ଭୋଗିବାକୁ ପଡେ: ଚାଣକ୍ୟ

ଏହି କର୍ମର ଫଳ ନିଜ ଲୋକଙ୍କୁ ଭୋଗିବାକୁ ପଡେ: ଚାଣକ୍ୟ

ଅର୍ଥଶାସ୍ତ୍ର ରଚୟିତା ଚାଣକ୍ୟଙ୍କ ନୀତିକୁ ନେଇ ଆମେ ପୂର୍ବରୁ ଅନେକ ଥର ଆଲୋଚନା କରିଛେ। ସେ କହି ଯାଇଥିବା ଅନେକ ବିଷୟରୁ ଆମେ ବୁଦ୍ଧି ମଧ୍ୟ ଗ୍ରହଣ କରିଛନ୍ତି। ଆପଣ ତ ଏକଥା ନିଶ୍ଚୟ ଜାଣିଥିବେ ଯେ ତାଙ୍କ କଥା ସବୁ ଅକ୍ଷରେ ଅକ୍ଷରେ ସତ। ତେବେ ଚାଲନ୍ତୁ ଜାଣିବା ଚାଣକ୍ୟଙ୍କ ମତରେ କେଉଁ ଲୋକମାନଙ୍କୁ କୁଫଳର ପରିଣାମ ସେମାନଙ୍କ ପ୍ରିୟ ଲୋକଙ୍କୁ ଭୋଗିବାକୁ ପଡ଼ିଥାଏ।

ଚାଣକ୍ୟଙ୍କ ମତରେ ଯଦି ରାଜା ପାପ କରନ୍ତି ତ ତାଙ୍କ ପାପର ପରିଣାମ ପ୍ରଜା ଭୋଗନ୍ତି। ରାଜାଙ୍କ ଦ୍ବାରା ହୋଇଥିବା କୁକର୍ମର ଫଳ କୂଳ ପୁରୋହିତଙ୍କୁ ବି ଭୋଗିବାକୁ ପଡ଼ିଥାଏ।

ସେହିପରି ଯଦି ପତ୍ନୀ ଚତିତ୍ରହୀନା ହୁଅନ୍ତି ତ ତାହାର ପରିଣାମ ସ୍ବାମୀରୁ ନେଇ ପୂରା ପରିବାରକୁ ‌ଭୋଗିବାକୁ ପଡ଼ିଥାଏ। ଏହି କାରଣରୁ ଆଗକାଳର ଲୋକମାନେ ବୋହୂ ବାଛିବା ବେଳେ ପ୍ରାଥମକିତା ଚରିତ୍ରକୁ ହିଁ ଦେଇଥାନ୍ତି। ବୋହୂର ଚରିତ୍ର ଭଲ ରହିଲେ ଘରେ ଲକ୍ଷ୍ମୀଙ୍କ ବାସ ହୁଏ ବୋଲି ବିଶ୍ବାସ କରାଯାଏ।

ଚାଣକ୍ୟ ତାଙ୍କ ଶ୍ଳୋକରେ ଆହୁରି ବି କହିଛନ୍ତି ଯେ ଗୁରୁଙ୍କ ବିନା ଜ୍ଞାନ ଅର୍ଜନ ଅସମ୍ଭବ। ହେଲେ ମୁର୍ଖ ଏବଂ ଚରିତ୍ରହୀନ ବ୍ୟକ୍ତିଙ୍କୁ ଜ୍ଞାନ ବାଣ୍ଟିବା ବ୍ୟର୍ଥ। ଏହାର କୁଫଳ ଗୁରୁକୁ ହିଁ ଭୋଗିବାକୁ ପଡ଼ିଥାଏ। ଯଦି ଶିଷ୍ୟ ପାପ କରେ ତ ସେହି ପାପର ଫଳ ଗୁୁରୁକୁ ଭୋଗିବାକୁ ପଡ଼ିଥାଏ।

ସେହିପରି ଆହୁରି ବି ବିଶ୍ବାସ କରାଯାଏ ‌ଯେ ବାପାମାଆଙ୍କ କୁକର୍ମର ଫଳ ପିଲାମାନଙ୍କୁ ବି ଭୋଗିବାକୁ ପଡ଼ିଥାଏ।