ଆଇପିଏଲ୍ରେ ଜମିବ ସୁପର ଶୋ

ଚେନ୍ନାଇ: ଆଇପିଏଲ୍ରେ ଜମିବ ସୁପର ଶୋ । ମୁହାଁମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ । ଚଳିତ ସିଜନରେ ଏହା ଉଭୟ ଦଳର ପ୍ରଥମ ଭେଟ । ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନ(୧୩ପଏଣ୍ଟ)ରେ ରହିଥିବା ସୁପରକିଙ୍ଗ୍ସ ବିଜୟ ସହ ପ୍ଲେ-ଅଫ୍ ଆଡକୁ ଆଉ ପାଦେ ଆଗେଇବ ।ବିଳମ୍ବରେ ହେଉ ପଛେ ଦିଲ୍ଲୀ କ୍ୟାପିଟାଲ୍ସ ଫର୍ମ ଫେରି ପାଇଛି । ଗତ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସକୁ ଏକତରଫା ଭାବେ ହରାଇବା ପରେ ଦଳର ମନୋବଳ ଦ୍ୱିଗୁଣା ହୋଇଯାଇଛି । ଫଳରେ ବୁଧବାର ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମୁକାବିଲା ।
ପଏଣ୍ଟ ତାଲିକାର ଶେଷ ସ୍ଥାନରେ ରହିଥିଲେ ହେଁ କ୍ୟାପିଟାଲ୍ସ ଦଳ ପାଇଁ ପ୍ଲେ- ଅଫ୍ ଆଶା ଏବେବି ଉଜ୍ଜ୍ୱଳ ରହିଛି ।୧୦ଟି ମ୍ୟାଚ୍ ଖେଳି କ୍ୟାପିଟାଲ୍ସ ୪ ବିଜୟ ସହ ମୋଟ୍ ୮ ପଏଣ୍ଟ ହାସଲ କରିସାରିଛି । ଶେଷ ୪ଟି ଯାକ ମ୍ୟାଚ୍ ଜିତିଲେ ଦଳ ଆଉ ୮ ପଏଣ୍ଟ ହାତେଇ ପ୍ଲେ-ଅଫ୍ରେ ପହଞ୍ଚି ପାରିବ । ଆଜିର ମ୍ୟାଚ୍ରେ ସୁପରକିଙ୍ଗ୍ସର ପଲା ଭାରି ରହିବ । ଉଭୟ ଦଳ ପରସ୍ପରକୁ ମୋଟ୍ ୨୭ଥର ଭେଟିଛନ୍ତି । ଏଥିରୁ ସୁପରକିଙ୍ଗ୍ସ ୧୭ଟି ମ୍ୟାଚ୍ ଜିତିଛି । ଚିପକ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ୮ଟି ମ୍ୟାଚ୍ ଖେଳି ସୁପରକିଙ୍ଗ୍ସକୁ ୨ଟି ମ୍ୟାଚ୍ରେ ହରାଇବାର ରେକର୍ଡ ରହିଛି ।