ଧୋନିଙ୍କ ବିଶ୍ୱକପ ବିଜୟୀ ଛକା ବଲକୁ ଠାବ କଲା ଏମସିଏ

ଧୋନିଙ୍କ ବିଶ୍ୱକପ ବିଜୟୀ ଛକା ବଲକୁ ଠାବ କଲା ଏମସିଏ

ଧୋନିଙ୍କ ବିଶ୍ୱକପ ବିଜୟୀ ଛକା ବଲକୁ ଠାବ କଲା ଏମସିଏ
ମୁମ୍ବାଇ: ବହୁ ଖୋଜାଖୋଜି ଓ ଅନୁସନ୍ଧାନ ପରେ ଶେଷରେ ଭାରତର ୨୦୧୧ ବିଶ୍ୱକପ ବିଜୟ ବଲକୁ ଠାବ କରିପାରିଛି ମୁମ୍ବାଇ କି୍ରକେଟ ସଂଘ (ଏମସିଏ) । ଶ୍ରୀଲଙ୍କା ବିପକ୍ଷ ଫାଇନାଲରେ ତତକାଳୀନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ନୁୱାନ କୁଲସେକରାଙ୍କ ବଲକୁ ଲଙ୍ଗ ଅନ ଉପରେ ବିଶାଳ ଛକା ମାରି ଭାରତକୁ ଦୀର୍ଘ ୨୮ ବର୍ଷ ପରେ ବିଶ୍ୱ କପ ବିଜୟୀ କରାଇଥିଲେ । ସେବେଠାରୁ କିନ୍ତୁ ସେହି ବଲଟି ମିଳୁନଥିଲା । ହେଲେ ପୂର୍ବତନ ଭାରତୀୟ ଅଧିନାୟକ ସୁନିଲ ଗାଭାସ୍କରଙ୍କ ସହାୟତାରେ ଏମସିଏ ବଲଟିକୁ ପାଖାପାଖି ୯ ବର୍ଷ ପରେ ଖୋଜି ପାଇଛି । ଗାଭାସ୍କରଙ୍କ କହିବା ଅନୁସାରେ ସେହି ବଲ ଏବେ ଜଣେ ହଂକଂ ନାଗରିକଙ୍କ ପାଖରେ ରହିଛି । ସମ୍ପୃକ୍ତ ବ୍ୟକ୍ତି ଜଣକ ୨୦୧୧ ମସିହାରେ ହୋଇଥିବା ଆଇସିସି ନିଲାମରେ ଏହି ବଲଟିକୁ କିଣି ନିଜ ପାଖରେ ରଖିଛନ୍ତି । ଏମସିଏ ଏବେ ବଲଟିକୁ କିଣି ଭାରତ ଆଣିବାକୁ ଯୋଜନା କରୁଛି । ନିକଟରେ ୱାଙ୍ଖଡେ ଷ୍ଟାଡିୟମ ଭିତରକୁ ସାଧାରଣ ଜନତା ତଥା ପର୍ଯ୍ୟଟକଙ୍କୁ ବୁଲାଇ ନେବାର ଅନୁମତି ଏମସିଏ ଦେଇଛି । ମହାରାଷ୍ଟ୍ର ପର୍ଯ୍ୟଟନ ବିଭାଗର ଅନୁରୋଧ ପରେ ସଂଘ ଏଭଳି ନିଷ୍ପତ୍ତି ନେଇଛି ।