କୋହଲିଙ୍କୁ ଟ୍ରୋଲ କଲେ ଇଂଲଣ୍ଡର ବାର୍ମି ଆର୍ମି

କୋହଲିଙ୍କୁ ଟ୍ରୋଲ କଲେ ଇଂଲଣ୍ଡର ବାର୍ମି ଆର୍ମି

କୋହଲିଙ୍କୁ ଟ୍ରୋଲ କଲେ  ଇଂଲଣ୍ଡର ବାର୍ମି ଆର୍ମି

ନୂଆଦିଲ୍ଲୀ: ବିନା ଶତକରେ ବ୍ୟାଟସମ୍ୟାନ ବିରାଟ କୋହଲିଙ୍କୁ ଅନ୍ତର୍ଜାତୀୟ କ୍ରିକେଟରେ ୧୦୦୦ ଦିନ ପୂରିଛି। ଏବେ ଏହାକୁ ନେଇ ସେ ଖୁବ୍‌ ଟ୍ରୋଲର ଶିକାର ହୋଇଛନ୍ତି। କୋହଲି ନିଜର ଶେଷ ଶତକ ୨୦୧୯ ନଭେମ୍ବର ୨୩ରେ ହାସଲ କରିଥିଲେ। ସେ ବାଂଲାଦେଶ ବିପକ୍ଷ କୋଲକାତା ଟେଷ୍ଟରେ ୧୩୬ ରନର ଇନିଂସ ଖେଳିଥିଲେ। ଏହା କୋହଲିଙ୍କ ୭୦ତମ ଅନ୍ତର୍ଜାତୀୟ ଶତକ ରହିଥିଲା।

ଇଂଲଣ୍ଡର ବାର୍ମି ଆର୍ମି ଏହି ଭାରତୀୟ ବ୍ୟାଟସମ୍ୟାନଙ୍କୁ ଟ୍ରୋଲ କରିବାକୁ ଛାଡ଼ିନାହାନ୍ତି। ବାର୍ମି ଆର୍ମି ଟୁଇଟ୍ କରି ଲେଖିଛନ୍ତି ୧୦୦୦ ଦିନ। ହେଲେ ବାର୍ମି ଆର୍ମିଙ୍କ ଏହି ଟୁଇଟ୍ କରିବା ତାଙ୍କ ପାଇଁ ମହଙ୍ଗା ପଡିଛି। କୋହଲିଙ୍କ ଫ୍ୟାନ୍‌ ତାଙ୍କୁ ଉଚିତ୍ ଜବାବ ଦେଇଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି, ୩୩୫୨ ଦିନରୁ ଇଂଲଣ୍ଡ ଭାରତ ବିପକ୍ଷରେ ତାରି ମାଟିରେ କୌଣସି ସିରିଜ୍ ଜିତି ନାହିଁ। ଆଉ ଜଣେ ପ୍ରଶଂସକ ଦିନିକିଆ କ୍ରିକେଟରେ କୌଣସି ଇଂଲଣ୍ଡ ବ୍ୟାଟସମ୍ୟାନଙ୍କ ଏକ ଖାସ୍ ରେକର୍ଡକୁ ନେଇ ତାତ୍ସଲ୍ୟ କରିଛନ୍ତି।