ପାଆନ୍ତୁ ସୁନ୍ଦର୍ ଚକ୍ ଚକ୍ ଦାନ୍ତ

ପାଆନ୍ତୁ ସୁନ୍ଦର୍ ଚକ୍ ଚକ୍ ଦାନ୍ତ

ସୁସ୍ଥ ଓ ସୁନ୍ଦର ଦାନ୍ତ ସମସ୍ତଙ୍କୁ ପସନ୍ଦ । ଏହା ମୁଁହର ସୌନ୍ଦଯ୍ୟ ବୃଦ୍ଧି କରିଥାଏ । ଦାନ୍ତ ଅସୁସ୍ଥ ହେଲେ ଏହା ସମ୍ପୂର୍ଣ୍ଣ ଶରୀରକୁ ଅସୁସ୍ଥ କରିଦିଏ । ଆଜିକାଲି ପିଲାଠାରୁ ବୟସ୍କ ସମସ୍ତଙ୍କର ପସନ୍ଦ କ୍ୟାଣ୍ଡି ଚକୋଲେଟ୍‌ । ହେଲେ ଏଥିରେ ଥିବା ଅଠାଳିଆ ଅଂଶ ଦାନ୍ତରୁ ସହଜରେ ଛାଡି ନ ଥାଏ । ଫଳରେ ଏହାକୁ ବେଶୀ ମାତ୍ରାରେ ଖାଇଲେ କିଛିଦିନ ପରେ ଦାନ୍ତ ଦୁର୍ବଳ ହୋଇଯାଏ । ରିଫାଇନ୍‌ ମଇଦାରେ ପ୍ରସ୍ତୁତ ହ୍ୱାଇଟ୍‌ ବ୍ରେଡ୍‌ ମଧ୍ୟ ଦାନ୍ତ ପାଇଁ ହାନିକାରକ । ଏହାକୁ ଖାଇଲେ ଏହା ଦାନ୍ତରେ ଅଠା ଭଳି ଲାଗିଯାଏ ଓ ଏଥିରେ ଥିବା ଅତ୍ୟଧିକ ପରିମାଣର କାର୍ବୋହାଇଡ୍‌ରେଟ୍‌ ଦାନ୍ତ ପାଇଁ ହାନିକାରକ । କଫିରେ ରହିଛି ପ୍ରଚୁର ପରିମାଣରେ ଏସିଟିକ୍‌ ଗୁଣ । ଯାହା ମୁଖର ପିଏଚ୍‌ ସ୍ତରକୁ କମ୍‌ କରିଥାଏ । ଫଳରେ ଦାନ୍ତ ଦୁର୍ବଳ ହୋଇଯାଏ । କଫି ହେଉଛି ଏକ ଡାର୍କ ଡ୍ରିଙ୍କ । ତେଣୁ ଏହାକୁ ନିୟମିତ ପିଅନ୍ତୁନି ।