ଷ୍ଟିମ୍‌ ନେବାର ଫାଏଦା ଜାଣନ୍ତୁ

ଷ୍ଟିମ୍‌ ନେବାର ଫାଏଦା ଜାଣନ୍ତୁ

ମହିଳାମାନେ ନିଜ ତ୍ୱଚାକୁ ନେଇ ଅଧିକ ଯତ୍ନବାନ ଥାନ୍ତି । ଯଦି ନିଜର ତ୍ୱଚାକୁ ଅଧିକ ସୁନ୍ଦର ଓ ଆକର୍ଷଣୀୟ କରିବାକୁ ଚାହୁଁଛନ୍ତି, ତେବେ ଷ୍ଟିମ୍‌ ବା ବାମ୍ଫ ଏକ ଉତ୍ତମ ବିକଳ୍ପ । ଷ୍ଟିମ୍‌ ନେବା ଦ୍ୱାରା ମୁହଁରେ ଚମକ ଓ ଉଜ୍ଜ୍ୱଳତା ଆସିଥାଏ । ତେବେ କାହିଁକି ଷ୍ଟିମ୍‌ ନେବେ ଜାଣନ୍ତୁ? ତ୍ୱଚାକୁ ପରିଷ୍କାର ରଖିବାରେ ଏହା ଖୁବ୍‌ ସହାୟକ ହୋଇଥାଏ । ମୁହଁରେ ଗରମ ବାମ୍ଫ ଦେବା ପରେ ମୁହଁରୁ ସବୁ ମୃତକୋଷ ସଫା ହୋଇଯାଏ । ଫଳରେ ମୁହଁ ଉଜ୍ଜଳ ଦିଶେ । ସପ୍ତାହକୁ ଦୁଇଥର ଏପରି କରିବା ଦ୍ୱାରା ତ୍ୱଚା ସୁସ୍ଥ ରହିଥାଏ । ବ୍ଲାକ୍‌ହେନ୍ସ ଦୂର କରେ । ଶୀତଦିନେ ମୁହଁରେ ବ୍ଲାକ୍‌ ଓ ହ୍ୱାଇଟ୍‌ ହେଡ଼ ସମସ୍ୟା ଅଧିକ ଦେଖିବାକୁ ମିଳିଥାଏ । ତେଣୁ ମୁହଁରେ ୫-୧୦ ମିନିଟ୍‌ ବାମ୍ଫ ଦିଅନ୍ତୁ । ଏହାପରେ ମୁହଁକୁ ସ୍କ୍ରବ୍‌ କରିବା ଦ୍ୱାରା ବ୍ଲାକହେଡ୍ସ ତ୍ୱଚାରୁ ବାହାରିଯାଏ । ଷ୍ଟିମ୍‌ ଦ୍ୱାରା ତ୍ୱଚା କୋମଳ ରହେ ।