ଭୋଗ-ପ୍ରସାଦ ମଧ୍ୟରେ ଫରକ୍‌ ଜାଣନ୍ତି?

ଭୋଗ-ପ୍ରସାଦ ମଧ୍ୟରେ ଫରକ୍‌ ଜାଣନ୍ତି?

ଠାକୁରଙ୍କ ଭୋଗ ଓ ପ୍ରସାଦ ମଧ୍ୟରେ କ'ଣ ଫରକ୍‌ କଣ ଜାଣନ୍ତି? ଧାର୍ମିକ ଗ୍ରନ୍ଥ ଅନୁସାରେ, ପୂଜା ଓ ଆରତି ପରେ ଯେଉଁ ନୈବେଦ୍ୟ ଭଗବାନକୁ ଅର୍ପଣ କରାଯାଏ, ତା'କୁ କୁହାଯାଏ ଭୋଗ । ଭଗବାନ ସମ୍ମୁଖରେ ଭୋଗ ରଖି କିଛି ସମୟ ଛାଡ଼ି ଦେବା ଦରକାର । ଏହାଦ୍ୱାରା ଠାକୁର ତାହାକୁ ଗ୍ରହଣ କରନ୍ତି ବୋଲି ବିଶ୍ୱାସ ରହିଛି । ସେହିପରି ଭଗବାନଙ୍କୁ ଲାଗି ହୋଇଥିବା ଭୋଗକୁ ଆଣି ଅନ୍ୟମାନଙ୍କୁ ବିତରଣ କରାଗଲେ ତାହାକୁ ପ୍ରସାଦ କୁହାଯାଏ । ଅର୍ଥାତ୍‌ ଭଗବାନଙ୍କୁ ଅର୍ପଣ କରାଯାଇଥିବା ଭୋଗକୁ ସେ ସ୍ୱୀକାର କରିବା ପରେ ପ୍ରସାଦ ରୂପ ନିଏ । ଯାହାକୁ ଭକ୍ତଗଣଙ୍କ ମଧ୍ୟରେ ବିତରଣ କରାଯାଏ । ମାନ୍ୟତା ଅଛି ଭଗବାନଙ୍କୁ ଭୋଗ ଅର୍ପଣ କରିବା ପରେ ଅତି କମ୍‌ରେ ୧୫ ମିନିଟ୍‌ରୁ ଅଧ ଘଣ୍ଟା ପରେ ତାହାକୁ ପ୍ରସାଦ ସ୍ୱରୂପ ଗ୍ରହଣ କରିପାରିବେ ।