ଏଥିପ୍ରତି ସଚେତନ ହୁଅନ୍ତୁ, ରହିବେ ସୁସ୍ଥ

ଏଥିପ୍ରତି ସଚେତନ ହୁଅନ୍ତୁ, ରହିବେ ସୁସ୍ଥ

ଯଦି ଆପଣ କମ୍ପ୍ୟୁଟର ସାମ୍‌ନାରେ ଅଧିକ ସମୟ ବସି କାମ କରୁଛନ୍ତି ତେବେ ନିଜର ଦୃଷ୍ଟିଶକ୍ତି ପ୍ରତି ନଜର ଦିଅନ୍ତୁ । ନିୟମିତ ସମୟ ଅନ୍ତରାଳରେ ଉଠି ମୁହଁକୁ ଭଲ ଭାବରେ ଧୁଅନ୍ତୁ । ଏକଲୟରେ କମ୍ପ୍ୟୁଟରକୁ ଚାହିଁ ରହନ୍ତୁ ନାହିଁ ।

ତେଲ–ମସଲାଯୁକ୍ତ ଖାଦ୍ୟ କମ୍‌ ଖାଆନ୍ତୁ । ପ୍ରତିଦିନ ଖାଦ୍ୟ ତାଲିକାରେ ସାଲାଡ୍‌ ସାମିଲ କରନ୍ତୁ । 

କୌଣସି ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଲେ ସେ ବିଷୟରେ କେବଳ ଡାକ୍ତରଙ୍କ ସହ ହିଁ ପରାମର୍ଶ କରନ୍ତୁ । କାରଣ କେତେକ ବ୍ୟକ୍ତିଙ୍କର ଏ ବିଷୟରେ ଅଭିଜ୍ଞତା ନ ଥାଇ ସେମାନେ ଭୁଲ ପରାମର୍ଶ ଦେଇଥାଆନ୍ତି । 

ବ୍ୟାୟାମ ଶେଷ ହେବା ସଙ୍ଗେ ସଙ୍ଗେ ପାଣି ପିଅନ୍ତୁ ନାହିଁ । କିଛି ସମୟ ପରେ ପାଣି ପିଅନ୍ତୁ ।

ଘରେ ଫାଷ୍ଟ-ଏଡ୍‌ ବକ୍ସଟିଏ ରଖନ୍ତୁ । କାରଣ ଛୋଟମୋଟ ଦୁର୍ଘଟଣା ସମୟରେ ଏହା କାମରେ ଆସିଥାଏ ।