ଜାଣନ୍ତୁ, କିପରି ଦୂର ହେବ ମଙ୍ଗଳା ଦୋଷ?

ଜାଣନ୍ତୁ, କିପରି ଦୂର ହେବ ମଙ୍ଗଳା ଦୋଷ?

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, କୁଣ୍ଡଳୀରେ ମଙ୍ଗଳ ଦୋଷ ଥିଲେ ଜୀବନରେ ଅନେକ ସମସ୍ୟା ଦେଖାଦିଏ । ଏହାଦ୍ୱାରା ଶାରୀରିକ କଷ୍ଟ, ଆର୍ôଥକ କ୍ଷତି, ବୈବାହିକ ଜୀବନରେ ସମସ୍ୟା ତଥା ବିଳମ୍ବିତ ବିବାହ ଆଦି ସମସ୍ୟା ଉପୁଜେ । ତେବେ ମଙ୍ଗଳ ଦୋଷକୁ ଦୂର କରିବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ କିଛି ପ୍ରତିକାର ବ୍ୟବସ୍ଥା ରହିଛି ।

ମଙ୍ଗଳ ଗ୍ରହକୁ ପୂଜା କରିବା ଦ୍ୱାରା ମଙ୍ଗଳ ଦୋଷର ପ୍ରଭାବ କମ୍‌ ହୋଇଥାଏ । ମଙ୍ଗଳବାର ହନୁମାନଙ୍କ ପୂଜା କରିବା ଦ୍ୱାରା ଏହାର ପ୍ରଭାବ କମ୍‌ ହୋଇଥାଏ ।

ଲାଲ୍‌ ରଙ୍ଗ ମଙ୍ଗଳ ଗ୍ରହକୁ ପ୍ରତିନିଧିତ୍ୱ କରେ । ସେଥିପାଇଁ ମଙ୍ଗଳ ଦୋଷରୁ ମୁକ୍ତି ପାଇବା ପାଇଁ ଲାଲ୍‌ ରଙ୍ଗ ବସ୍ତ୍ର ପିନ୍ଧିବା ଶୁଭ ।

ସେହିପରି ନାଲି ରଙ୍ଗ ବସ୍ତ୍ର ମଧ୍ୟ ମଙ୍ଗଳବାର ଦାନ କରିପାରିବେ ।

ପ୍ରତି ମଙ୍ଗଳବାର ଦିନ ମଙ୍ଗଳ ଗ୍ରହ ସ୍ତୋତ୍ର ପାଠ କରିବା ଉଚିତ ।