ରସୁଣ ଖାଇଲେ ରହିବେ ଚିନ୍ତାମୁକ୍ତ
ନିୟମିତ ଖାଲି ପେଟରେ ଭଜା ରସୁଣ ଖାଇଲେ ଶରୀରକୁ ମିଳେ ଖୁବ୍ ଫାଇଦା । ଖାଲି ପେଟରେ ରସୁଣ ଖାଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ। ରସୁଣରେ କିଛି ବିଶେଷ ପୋଷକ ତତ୍ତ୍ୱ ରହିଛି ଯାହା ଶରୀରରେ ଥିବା ଚର୍ବିକୁ ଦ୍ରୁତ ଗତିରେ କମାଇଥାଏ। ଏହା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଏହା ଶରୀରକୁ ବିଭିନ୍ନ ରୋଗ ସଂକ୍ରମଣରୁ ରକ୍ଷା କରିଥାଏ । ଯେଉଁମାନଙ୍କର ବଦହଜମି,ପେଟ ଫୁଲିବା ଓ ଆମ୍ବିଳା ହେକୁଟି ଆଦି ସମସ୍ୟା ରହିଛି,ସେମାନେ ଖାଲିପେଟରେ ରସୁଣ ଖାଇବା ଖୁବ ଉପକାରୀ। ରସୁଣ ପାଚନ ସହ ଜଡିତ ସମସ୍ୟାକୁ ଦୂର କରିବା ପାଇଁ ବେଶ ସହାୟକ ହୋଇଥାଏ।ଉଚ୍ଚ ରକ୍ତଚାପ ରୋଗୀ ଖାଲି ପେଟରେ ରସୁଣ ଖାଇବା ଦ୍ୱାରା ବେଶ ଲାଭ ମିଳେ । ଗୋଟିଏ ରସୁଣ ଖାଲି ପେଟରେ ପ୍ରତିଦିନ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହୋଇ ରହିଥାଏ। ଖାଲିପେଟରେ କଞ୍ଚା ରସୁଣ ଖାଇଲେ ଦୁଃଶ୍ଚିନ୍ତା ଦୂର ହୋଇଥାଏ।




admin 