ଏହି ସମୟରେ ପାଣି ପିଇବା ବିପଦ ହୋଇପାରେ
ଶୋଇବା ପୂର୍ବରୁ ପାଣି ପିଇବା ଉଚିତ କି ନୁହେଁ ଭାବୁଛନ୍ତି କି? ଆପଣ ହୁଏତ ଜାଣିନଥିବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ରାତିରେ ଶୋଇବାର ୨ ଘଣ୍ଟା ପୂର୍ବରୁ ଓ ଖାଦ୍ୟ ଖାଇବାର କିଛି ସମୟ ପରେ ପାଣି ପିଇବା ଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। ଏହାସହ ପେଟ ସହ ଜଡିତ ଅନେକ ସମସ୍ୟା ମଧ୍ୟ ଦୂର ହୋଇଥାଏ।ଏହା ଦ୍ୱାରା ମାଇଗ୍ରେନ ସହ ମୁଣ୍ଡ ବିନ୍ଧା ସମସ୍ୟା ଦୂର ହୋଇଥାଏ।ମାତ୍ର ରାତିରେ ଅଧିକ ପରିମାଣରେ ପାଣି ପିଇବା ଦ୍ୱାରା ବାରମ୍ବାର ପରିଶ୍ରା ଲାଗେ ଓ ନିଦ ବାରମ୍ବାର ଭାଙ୍ଗିଥାଏ। ଯାହା ଦ୍ୱାରା ହୃଦୟ ଜନିତ ସମସ୍ୟା ସୃଷ୍ଟି ଦେଖାଦିଏ ।ଏହାସହ ଶୋଇବା ପୂର୍ବରୁ ପାଣି ପିଇବା ଦ୍ୱାରା ଓଜନ ବୃଦ୍ଧି, ଉଚ୍ଚ ରକ୍ତଚାପ, କୋଲେଷ୍ଟେରୋଲ୍ ସମସ୍ୟା ସୃଷ୍ଟି ହୋଇଥାଏ।ତେଣୁ ରାତିରେ ଶୋଇବାର ୨ ଘଣ୍ଟା ପୂର୍ବରୁ ପାଣି ପିଇବା ଉଚିତ୍। ଏହା ସ୍ୱାସ୍ଥ୍ୟ ସଠିକ୍ ରଖେ ଓ ଶରୀରରୁ ଅନେକ ରୋଗ ଦୂର କରେ ।




admin 